ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ଆମ୍ ଆଦମୀ ପାର୍ଟି

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ବିଜେପି ଓ କଂଗ୍ରେସ ଛାଡି ଆସିଥିବା ନେତାଙ୍କ ମଧ୍ୟରୁ ୬ ଜଣଙ୍କୁ ଟିକେଟ ଦେଇଛି ଆମ୍ ଆଦମୀ ପାର୍ଟି ।
ଦିଲ୍ଲୀ ବିଧାନସଭାର ଚଳିତ କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୨୩ ତାରିଖରେ ସମାପ୍ତ ହେବାକୁ ଯାଉଛି ।

ସେପଟେ ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିନଥିବା ବେଳେ ଆମ୍ ଆଦମୀ ପାର୍ଟି ଆଗୁଆ ପ୍ରାର୍ଥୀ ଘୋଷଣା କରିଛି । ଗତ ବିଧାନସଭା ନିର୍ବାଚନ ଫେବୃଆରୀ ୨୦୨୦ ରେ ହୋଇଥିଲା । ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ।

ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନ ମଧ୍ୟରୁ ଆମ୍ ଆଦମୀ ପାର୍ଟି ୬୨ ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୮ଟି ଆସନ ଜିତିବାରେ ସଫଳ ହୋଇଥିଲା ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!