ଭୟାବହ ଦୁର୍ଘଟଣା: ୪ ଛାତ୍ର ମୃତ

() ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ନବୀଗଞ୍ଜଠାରେ ସ୍କୁଲ ଭ୍ୟାନ ଓ ବସ ମୁହାଁମୁହିଁ ଧକ୍କା, ଡ୍ରାଇଭରଙ୍କ ସମେତ ୪ ଛାତ୍ର ମୃତ ।୧୬ ଛାତ୍ର ଗୁରୁତର ଆହତ  ।  ସ୍କୁଲ ଭ୍ୟାନଟି ଭାରସାମ୍ୟ ହରାଇ ବସ ସହିତ ଧକ୍କା ଦେବା ଫଳରେ ଘଟିଛି ଅଘଟଣ ।  ସୋମବାର ଦିନ ଉତ୍ତରପ୍ରଦେଶରେ  ବଦାୟୁରେ ହୋଇଥିବା ସଡକ ଦୁର୍ଘଟଣାରେ ୪ଜଣ ଛାତ୍ରଙ୍କ ସମେତ ଡ୍ରାଇଭର ପ୍ରାଣ ହରାଇଛନ୍ତି  । ପିଲାଙ୍କୁ ସ୍କୁଲ ନେଇଯାଉଥିବା ଭ୍ୟାନଟି ଅନ୍ୟ ସ୍କୁଲ ବସ ସହିତ ଧକ୍କା ହେବା ଫଳରେ ଘଟିଛି ଅଘଟଣ  । ଘଟଣାରେ ସ୍କୁଲ ଭ୍ୟାନର ଡ୍ରାଇଭରଙ୍କ ସମେତ ୩ଛାତ୍ର ଓ୨ ଛାତ୍ରୀଙ୍କ ମୃତ୍ୟୁ ହୋଇଛି  ।

ଏଥି ସହିତ ୧୬ଜଣ ଗମ୍ଭୀର ଭାବରେ ଆହତ ହୋଇଛନ୍ତି  । ସେଥିମଧ୍ୟରୁ ୬ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି  । ସମସ୍ତ ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟ ଏବଂ ରାଜକୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି   । ଚିକିତ୍ସା ନିମନ୍ତେ ବରିଷ୍ଠ ଡାକ୍ତରୀ ଟିମ୍ ନିୟୋଜିତ ହେଇଛନ୍ତି   । ସେପଟେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ   ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!