() ନିର୍ବାଚନ ପ୍ରଚାର ବେଳେ ପ୍ରାର୍ଥୀଙ୍କୁ ଛୁରାମାଡ଼ । ତେଲଙ୍ଗାନା ବିଆରଏସ ଏମପି କୋଥା ପ୍ରଭାକର ରେଡ୍ଡୀଙ୍କ ଉପରେ ହୋଇଛି ଛୁରାମାଡ । ଦୁବାକ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ହୋଇଥିବା ପ୍ରଭାକର ଦୌଲାତାବାଦ ମଣ୍ଡଳରେ ପ୍ରଚାର ଅଭିଯାନରେ ସାମିଲ ଥିବାବେଳେ ତାଙ୍କୁ ଜଣେ ଅଜଣା ଦୁର୍ବୃତ୍ତ ଛୁରାମାଡ କରିଛି । ସିଦିପେଟ ଜିଲ୍ଲାରେ ଘଟିଛି ଘଟଣା ।
ତାଙ୍କ ପେଟରେ ଛୁରାଘାତ ହେବା ଯୋଗୁ ସେ ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ଼ ପରେ ସ୍ଥାନୀୟ ଲୋକେ ଦୁର୍ବୃତ୍ତକୁ କାବୁ କରି ପିଟିଥିବା ସୂଚନା ମିଳିଛି । ତାକୁ ପୋଲିସ ହେପାଜତକୁ ନିଆଯାଇଛି ବୋଲି କହିଛନ୍ତି ସିଦିପେଟ ପୋଲିସ କମିଶନର ଏନ. ଶ୍ବେତା ।


