() ଏବେ ବି ସରିନି କୋଭିଡର ପ୍ରଭାବ । ଯେଉଁମାନେ କୋଭିଡରେ ଗୁରୁତର ହେଇଥିଲେ. ସେମାନଙ୍କୁ ହାର୍ଟଆଟାକ ହେବା ସମ୍ଭାବନା ଅଧିକ । ଅଧିକ ଶାରୀରିକ ଓ ମାନସିକ ପରିଶ୍ରମ ନକରିବାକୁ ଦିଆଯାଇଛି ପରାମର୍ଶ । ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଏହାକୁ ମାନିବା ଲାଗି ପରାମର୍ଶ ଦିଆଯାଇଛି । ଗୁଜରାଟରେ ଗରବା ଉତ୍ସବରେ ହୃଦଘାତରେ କେତେକ ଲୋକଙ୍କ ମୃତ୍ୟୁ ପରେ ଏହା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ।
ସେ କହିଛନ୍ତି– ଆଇସିଏମଆର ପକ୍ଷରୁ ଏନେଇ ସବିଶେଷ ଗବେଷଣା କରାଯାଇଥିଲା । ଯେଉଁମାନେ ଗୋଭିଡରେ ଗୁରୁତର ପୀଡ଼ିତ ହୋଇଥିଲେ ସେମାନଙ୍କ ଲାଗି ବିପଦ ଆସିପାରେ । ସେମାନେ ଅଧିକ ଦୌଡିବା ଓ ପରିଶ୍ରମ କରିବା ଅନୁଚିତ । ଆସନ୍ତା ବର୍ଷେ ଦୁଇବର୍ଷ ଯାଏ ଏହା ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।


