ବକ୍ସ ଅଫିସରେ ଧମାଲ କରିପାରୁନି କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ତେଜସ୍ । ଫିଲ୍ମ ରିଲିଜର 3ୟ ଦିନରେ ଆଶା ଅନୁୟାୟୀ କଲେକ୍ସନ କରିପାରନାହିଁ । ୪୫ କୋଟି ଟଙ୍କାରେ ତିଆରି ଫିଲ୍ମ ବକ୍ସ ଅଫିସରେ ଫେଲ ମାରିଛି। ଅକ୍ଟୋବର ୨୭ ତାରିଖରେ ରିଲିଜ ହୋଇଥିବା ଏହି ସିନେମା ଦୁଇଦିନରେ ମାତ୍ର ୩ କୋଟି ଟଙ୍କା ରୋଜଗାର କରିପାରିଛି । ସର୍ବେଶ ମେୱାରାଙ୍କ ନିର୍ଦ୍ଦେଶନାରେ କଙ୍ଗନା ରାଣାୱତଙ୍କ ଅଭିନୀତ ସିନେମା ତେଜସ୍ ନିର୍ମାଣ ହୋଇଛି । ଏହି ସିନେମାରେ ଜଣେ ପାଇଲଟ ତେଜସଙ୍କ କାହାଣୀ କୁହାଯାଇଛି । ତେଜସ ସିନେମାକୁ ନେଇ କଙ୍ଗନା ବହୁତ କିଛି ଆଶା କରିଥିବା ବେଳେ ଏବେ ତାଙ୍କର ସମସ୍ତ ଆଶା ମଉଳି ଯାଇଛି । ଏହା ପୂର୍ବରୁ କଙ୍ଗନାଙ୍କ ଦୁଇଟି ସିନେମା ଧାକଡ ଏବଂ ଚନ୍ଦ୍ରମୁଖୀ-୨ ମଧ୍ୟ ବକ୍ସ ଅଫିସରେ ଫେଲ୍ ମାରିଥିଲା ।

