କମିଟିର ବିନା ଅନୁମୋଦନରେ ମିଳିବନି ପାରିଶ୍ରମିକ

ପରାମର୍ଶଦାତା ନିଯୁକ୍ତିରେ ନୂଆ ନିୟମ । କମିଟିର ବିନା ଅନୁମୋଦନରେ ମିଳିବନି ପାରିଶ୍ରମିକ । ୨୦୨୬ ଏପ୍ରିଲରୁ ବିଭାଗୀୟ ପରାମର୍ଶଦାତା ନିୟୋଜନ ପାଇଁ ନିୟମ କଡ଼ାକଡ଼ି କରିଛନ୍ତି ଓଡ଼ିଶା ସରକାର । ସମସ୍ତ ରାଜ୍ୟ ସରକାରୀ ବିଭାଗଙ୍କୁ ପରାମର୍ଶଦାତା, ପିଏମୟୁ, ଟିଏସୟୁ ବା ଅନୁରୂପ ସଂସ୍ଥାଗୁଡ଼ିକର ଆବଶ୍ୟକତା ପୁନର୍ମୂଲ୍ୟାୟନ କରିବାକୁ ପଡ଼ିବ ।

ବିଭାଗଗୁଡ଼ିକୁ ୨୦୨୬ ଏପ୍ରିଲ ୧ରୁ ଆବଶ୍ୟକ ପରାମର୍ଶଦାତାଙ୍କ ସର୍ବୋତ୍କୃଷ୍ଟ ସଂଖ୍ୟା ଉଲ୍ଲେଖ କରି ଅର୍ଥ ବିଭାଗକୁ ପ୍ରସ୍ତାବ ଦାଖଲ କରିବାକୁ ହେବ। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବଗୁଡ଼ିକୁ ପରୀକ୍ଷା କରି ଅନୁମୋଦନ କରିବ। କମିଟିରେ ବିକାଶ ଆୟୁକ୍ତ-ତଥା-ଅତିରିକ୍ତ ମୁଖ୍ୟ ସଚିବ, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ସଚିବ, ଅର୍ଥ ବିଭାଗର ସଚିବ ଏବଂ ସମ୍ପୃକ୍ତ ବିଭାଗର ସଚିବ ରହିବେ ।

Post Views25 Total Count

Apply Now


This will close in 0 seconds

error: Content is protected !!