ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ: ଆସନ୍ତା କାଲି ଯାଏଁ ଗୃହ ମୁଲତବୀ

ମୌସୁମୀ ଅଧିବେସନର ଆରମ୍ଭରେ ଗୁରୁବାର ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ଉପବାଚସ୍ପତି ଓ ରାଷ୍ଟ୍ରମନ୍ତ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ, ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକ,ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ,ପୂର୍ବତନ ବିଧାୟକ ନିରଞ୍ଜନ ହେମ୍ବ୍ରମ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଭଞ୍ଜ, ପୂର୍ବତନ ବିଧାୟକ ମହମ୍ମଦ ରଫିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମର୍ଥନ କରିଛନ୍ତି। ଏଥିସହ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମା ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏହା ସହିତ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାର ଗୃହ କାର୍ଯ୍ୟ ଆସନ୍ତା କାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Post Views18 Total Count

Apply Now


This will close in 0 seconds

error: Content is protected !!