ଉଦଘାଟିତ ହେଲା ରାଜ୍ୟସ୍ତରୀୟ କୃଷି ମହୋତ୍ସବ

ଆରମ୍ଭ ହେଲା କୃଷି ଓଡ଼ିଶା-୨୦୨୫ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି । ଆଜି ଠାରୁ ତିନିଦିନ ଧରି ବରମୁଣ୍ଡା ପଡିଆରେ ଆୟୋଜିତ ହେଉଛି କୃଷି ଓଡିଶା-୨୦୨୫ । ଏଥିରେ ୨୦୦ରୁ ଅଧିକ ଷ୍ଟଲରେ ବିଭିନ୍ନ କୃଷିଜାତ ଦ୍ରବ୍ୟ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ହଜାର କୃଷକ, କୃଷିଜୀବୀ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ଅଣସରକାରୀ ଗୋଷ୍ଠୀ, ପାଣି ପଞ୍ଚାୟତ ସଭ୍ୟ, କୃଷି ଉଦ୍ୟୋଗୀ, ରପ୍ତାନୀକାରୀ, ଛାତ୍ରଛାତ୍ରୀ ଓ ଗବେଷକବୃନ୍ଦ ଏଥିରେ ଅଂଶଗ୍ରହଣ କରିଛନ୍ତି ।

ଦୁବାଇ ଯିବ ଓଡ଼ିଶାର ସୁଗନ୍ଧିତ ଚାଉଳ । ଦୁବାଇର ୨ଟି ସଂସ୍ଥା ସହ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଚୁକ୍ତିପତ୍ର ସ୍ୱାକ୍ଷରିତ କଲା ଓଡ଼ିଶା କୃଷି ବିଭାଗ । କୃଷି ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସୁଲଭ ମୂଲ୍ୟରେ ଚାଉଳ କିଣିବ ଦୁବାଇ, ଚାଷୀଙ୍କୁ ମିଳିବ ଉଚିତ୍ ମୂଲ୍ୟ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା କୃଷିଭିତ୍ତିକ ଅର୍ଥନୀତି । ‘କୃଷି ଓଡ଼ିଶା’ ଅନ୍ନଦାତାଙ୍କୁ ସମର୍ପିତ । କୋଭିଡ୍ ସମୟରେ ବି ଚାଷୀ ବିଲକୁ ଯାଇ ଚାଷ କରିଛନ୍ତି । କରୋନା ଭୟରେ ସମସ୍ତେ ଘରେ ଥିବାବେଳେ ଚାଷୀ ବିଲରେ ଥିଲେ । ଡ୍ରାଗନ୍ ଫ୍ରୁଟ୍‌ ଚାଷ ପାଇଁ କୃଷିମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । କୃଷିମନ୍ତ୍ରୀଙ୍କ ଡ୍ରାଗନ୍ ଫ୍ରୁଟ ଦୁବାଇ ଯାଉଛି ।

ଅଦିନିଆ ବର୍ଷା କାରଣରୁ ବିଶେଷକରି ଉପକୂଳବର୍ତ୍ତୀ ଅଂଚଳରେ ଚାଷୀମାନେ କ୍ଷତି ସହିଲେ । ୨ ଲକ୍ଷ ୬୧ ହଜାର ଚାଷୀ ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ପଞ୍ଜିକରଣ କରିପାରିଲେ । ଆଜିଠୁ କ୍ଷତିପୂରଣ ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଯିବା ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Post Views11 Total Count

Apply Now


This will close in 0 seconds

error: Content is protected !!