ଗ୍ରାହକଙ୍କୁ ଠକୁଛନ୍ତି ବ୍ୟବସାୟୀ !!

ଉପରୁ କାଜୁ ଭିତରେ ନକୁଳ ଦାନା। କୋଣାର୍କରେ ଚାଲିଛି କାଜୁ ସ୍କାମ୍। ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ କିଛି କାଜୁ କିଣିଥିବା ପର୍ଯ୍ୟଟକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୋଣାର୍କରେ ଭଲ କାଜୁ ମିଳେ ବୋଲି ଶୁଣିଥିଲେ, ସେଥିପାଇଁ ମହାରାଷ୍ଟ୍ରରୁ ଆସିଥିବା କିଛି ପର୍ଯ୍ୟଟକ ୬ ଶହ ଟଙ୍କାରେ କାଜୁ କିଲୋ କିଣିଥିଲେ।

ହେଲେ ସେଥିରୁ କିଛି ୪୦ରୁ ୫୦ ଗ୍ରାମ୍ କେବଳ କାଜୁ ବାହାରିଥିଲା, ବାକି ସବୁ ନକୁଳ ଦାନା ଥିଲା। ପକେଟ୍ ବାହାରୁ ଯେମିତି ଦେଖାଯିବ କାଜୁ ଅଛି ବୋଲି ସେଭଳି ବ୍ୟବସ୍ଥା ହୋଇଥିଲା। କିନ୍ତୁ ପ୍ୟାକେଟ୍ ଖୋଲିଲା ବେଳକୁ ଆପଣଙ୍କ ସହ ହେଇ ଯାଇଥିବ ସ୍କାମ୍।

ଦୁଇ ଦିନ ତଳେ କୋଣାର୍କକୁ ବୁଲିବାକୁ ଆସିଥିବା ୧୫ ଜଣ ମରାଠୀ ପର୍ଯ୍ୟଟକଙ୍କଠୁ ହଜାର ହଜାର ଟଙ୍କା ଏମିତି ଠକି ଫେରାର ହୋଇଯାଇଛନ୍ତି କିଛି ବୁଲା ବେପାରୀ। ସମୟର ଅଭାବ ଯୋଗୁଁ ଥାନାରେ ଏନେଇ ଅଭିଯୋଗ କରିପାରିନାହାନ୍ତି ଏମାନେ। କିନ୍ତୁ ଠକେଇର ଏହି ଭିଡିଓ ଏବେ ଭାଇରାଲ୍ ହେବା ପରେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି।

Post Views59 Total Count

Apply Now


This will close in 0 seconds

error: Content is protected !!