ବଢ଼ିଲା କଲରାପତରିଆ ବାଘଙ୍କ ସଂଖ୍ୟା

କଳା କଲରାପତରିଆ ବାଘଙ୍କ ପାଇଁ ସ୍ବର୍ଗ ପାଲଟିଛି ନୟାଗଡ଼ ଜଙ୍ଗଲ । ବଢ଼ିବାରେ ଲାଗିଛି କଳା ବାଘଙ୍କ ସଂଖ୍ୟା । ଯାହାକୁ ନେଇ ବନ୍ୟଯନ୍ତୁ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବରୁ ନୟାଗଡ଼ ଜଙ୍ଗଲରେ ୨ଟି କଳା କଲରାପତରିଆ ବାଘ ଥିବା ବେଳେ ଏବେ ଏମାନଙ୍କ ସଂଖ୍ୟା ବଢ଼ି ୬ରେ ପହଞ୍ଚିଛି ।

 

ନୟାଗଡ ବନଖଣ୍ଡ ଦଶପଲ୍ଲା ରେଞ୍ଜ ଓ ଗଣିଆ ରେଞ୍ଜ ଅଞ୍ଚଳରେ କଳା କଲରାପତରିଆ ବାଘ ରହିଛନ୍ତି ବୋଲି ଖବର ମିଳିଥିଲା । ବାଘଙ୍କ ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ଲଗାଯିବା ସହିତ ବନ କର୍ମଚାରୀମାନେ ନଜର ରଖିଥିଲେ । ଗତ ଦୁଇ ଦିନ ମଧ୍ୟରେ ଜଙ୍ଗଲ ମଧ୍ୟରେ ବାଘ ବୁଲୁଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଥିଲା । ବାଘ ଛୁଆ ଜନ୍ମ କରି ଧରି ବୁଲୁଥିବା କ୍ୟାମେରାରେ କଏଦ ହୋଇଥିଲା । ବନ ବିଭାଗ ବାଘ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରୁଥିବା ନୟାଗଡ ଡିଏଫଓ କହିଛନ୍ତି ।

Post Views20 Total Count

Apply Now


This will close in 0 seconds

error: Content is protected !!