ବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ଭେଟି

କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସମୀକ୍ଷା ପରେ ଆଇନମନ୍ତ୍ରୀଙ୍କ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ବସିଥିଲା। ଏହା ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଫାଇନାଲ ଡିପିଆର ପ୍ରସ୍ତୁତ କରାଯାଇ ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ।

ଜିଲାପାଳ, ଉପଜିଲାପାଳ, ଏଣ୍ଡାମେଣ୍ଟ କମିଶନରଙ୍କ ଉପସ୍ଥିତିରେ ଉକ୍ତ ବୈଠକରେ ଏହା ଚୂଡ଼ାନ୍ତ ହୋଇଛନ୍ତି।

Post Views6 Total Count

Apply Now


This will close in 0 seconds

error: Content is protected !!