ବିଗୁଡୁଛି ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା

କଣ୍ଠଶିଳ୍ପୀ ହ୍ୟୁମାନ ସାଗର କିଡ୍‌ନୀ ଏବଂ ଲିଭରଜନିତ ରୋଗରେ ପୀଡ଼ିତ ଅଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକରୁ ଏମ୍‌ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

ଏହି ସମୟରେ ପୁଅର ଚିକିତ୍ସା ପାଇଁ ସହାୟତା ଦେବାକୁ ତାଙ୍କ ମା’ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି, ମୋ ପୁଅ ଭେଣ୍ଟିଲେଟର୍‌ରେ ଅଛି। ଦୟାକରି ମୋ ପୁଅ ବାହାରକୁ ନେଇ ଚିକିତ୍ସା କରନ୍ତୁ ବୋଲି ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ୧ଟା ୧୦ରେ ହ୍ୟୁମାନଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

ଜରୁରିକାଳୀନ ବିଭାଗରେ ପ୍ରାରମ୍ଭିକ ସ୍ଥିରତା ପରେ ଇଣ୍ଟେନ୍ସିଭିଷ୍ଟ ତଥା ଇସିଏମ୍‌ଓ ସ୍ପେଶାଲିଷ୍ଟ ଡା. ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଛି। ଭେଣ୍ଟିଲେଟର ସପୋର୍ଟରେ ରହିଥିବା ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ରହିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ମଲ୍ଟି ଅର୍ଗାନ ଡିସ୍‌ଫଙ୍କ୍‌ଶନ୍‌ ସିଣ୍ଡ୍ରୋମ୍‌ (ଏମ୍‌ଓଡିଏସ୍‌) ଯଥା ଏନ୍‌ସେଫାଲୋପାଥି, ଆଘାତ, ଶ୍ୱାସକ୍ରିୟା ବିଫଳତା, ତୀବ୍ର ବୃକକ୍‌ ଆଘାତ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ, କୋଆଗୁଲାପାଥି ଚିହ୍ନଟ ହୋଇଛି।

Post Views29 Total Count

Apply Now


This will close in 0 seconds

error: Content is protected !!