ବିହାରରେ ଧର୍ମେନ୍ଦ୍ରଙ୍କ ଯାଦୁ

ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ଐତିହାସିକ ବିଜୟ ସହ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ଦଳର ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣ, ବିଜେପିର ଶୀର୍ଷ ନେତୃତ୍ୱ ତଥା କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିହାର ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ବିକାଶ, ସୁଶାସନ ଓ ସ୍ଥାୟୀ ସରକାର ହିଁ ସେମାନଙ୍କର ପ୍ରାଥମିକତା ବୋଲି ବିହାର ଜନତା ପ୍ରମାଣିତ କରିଛନ୍ତି।

ଏନଡିଏକୁ ମିଳିଥିବା ଏହି ପ୍ରଚଣ୍ଡ ଜନାଦେଶ ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଡବଲ୍‌ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ ନୀତି ଉପରେ ଜନତାଙ୍କ ବଡ଼ ମୋହର। ଜଙ୍ଗଲରାଜ, ଜାତିବାଦ, ପରିବାରବାଦ ଓ ନକାରାତ୍ମକ ରାଜନୀତିକୁ ବିହାରବାସୀ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି।

Post Views30 Total Count

Apply Now


This will close in 0 seconds

error: Content is protected !!