ଛତିଶଗଡ ବିଜାପୁରରେ ଏନଡିଟିଭି ସାମ୍ୱାଦିକଙ୍କୁ ନିର୍ମମ ହତ୍ୟା

ଛତିଶଗଡ ବିଜାପୁରରେ ଏନଡିଟିଭି ସାମ୍ୱାଦିକଙ୍କୁ ନିର୍ମମ ହତ୍ୟା । ଜଣାଶୁଣା ଏନଡିଟିଭି ସାମ୍ୱାଦିକ ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା କରାଯାଇଛି । ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଜଣେ ଠିକାଦାରଙ୍କ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରିଛି ପୁଲିସ । ଗତ ୧ ତାରିଖରୁ ନିଖୋଜ ଥିଲେ ମୁକେଶ ।

ଉଦବେଗର ବିଷୟ ହେଉଛି ନିମ୍ନମାନର ରାସ୍ତା ନିର୍ମାଣ ନେଇ ଖବର ପ୍ରସାରଣ କରିଥିଲେ । ସେହି କାରଣରୁ ଠିକାଦାର ତାଙ୍କୁ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ସେ ଗତ ୧ ତାରିଖ ଦିନ ଅଚାନକ ନିଖୋଜ ହୋଇଯାଇଥିଲେ ।

ପରିବାର ଲୋକେ ତାଙ୍କର ବହୁ ଖୋଜ ଖବର ନେଇଥିଲେ ମଧ୍ୟ ପାଇପାରି ନଥିଲେ । ଏପରିକି ତାଙ୍କର ଫୋନ୍‌ ମଧ୍ୟ ବନ୍ଦ ରହିଥିଲା । ତେବେ ପରିବାର ଲୋକେ ତୁରନ୍ତ ଏନେଇ ଥାନାରେ ଏତଲା ଦାଖଲ କରିଥିଲେ ।

ତାଙ୍କ ଭାଇ ସୁକେଶ କିନ୍ତୁ ଯଦି ତାଙ୍କ ଭାଇ ଅପହରଣ ହୋଇଥିବେ ତାଙ୍କୁ ହୁଏତ ଠିକାଦାରମାନେ ନକ୍ସଲଙ୍କୁ ବ୍ୟବହାର କରି ଅପହରଣ କରାଇଥାଇପାରନ୍ତି ବୋଲି ପୁଲିସ ନିକଟରେ କହିଥିଲେ। ପୁଲିସ ମଧ୍ୟ ଏନେଇ ତଦନ୍ତ ଆରମ୍ଭ କରିଥିଲା ।

Post Views58 Total Count

Apply Now


This will close in 0 seconds

error: Content is protected !!