ରାଜ୍ୟ ୧୦ ପରେ ସଭାପତି ନିଯୁକ୍ତି ! adminJanuary 3, 2025 ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଶରତ ପଟ୍ଟନାୟକ ଇସ୍ତଫା ଦେବାର ଦୀର୍ଘଦିନ ବିତିଗଲାଣି। ଏହାସତ୍ତ୍ବେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ନୂତନ ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇ ପାରୁନି। ସଭାପତିଙ୍କ ବଦଳରେ ୧୫ଜଣିଆ ଷ୍ଟିଅରିଂ କମିଟି କଂଗ୍ରେସର କମାଣ ସମ୍ଭାଳିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ପଦ୍ମ ଘୁଞ୍ଚିଲା ପରି ଘୁଞ୍ଚି ଚାଲିଛି। ସଭାପତି ନଥିବାରୁ ଦଳର ରଣନୀତି ଠିକ୍ଭାବେ କାର୍ଯ୍ୟକାରୀ ହେଉନାହିଁ। ମଙ୍ଗୁଆଳ ନଥିବାରୁ ବିରୋଧୀ ଦଳଭାବେ ଶାସକ ଦଳ ବିରୋଧରେ କଂଗ୍ରେସ ଠିକ୍ଭାବେ ଜନଆନ୍ଦୋଳନ ଗଢ଼ି ତୋଳିବାରେ ସଫଳ ହୋଇପାରୁ ନଥିବା ଅଭିଯୋଗ ହେଉଛି। ନୂଆ ବର୍ଷରେ ଦଳ ନୂଆ ସଭାପତି ପାଇବ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ୧୦ ତାରିଖ ପୂର୍ବରୁ ସମ୍ଭବ ନୁହେଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସଭାପତି ଦୌଡ଼ରେ ସାଂସଦ ସପ୍ତଗିରି ଉଲାକା ଓ ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ, ଶ୍ରୀକାନ୍ତ ଜେନା ମଧ୍ୟ ରହିଛନ୍ତି। ୧୦ ତାରିଖ ପରେ ଏଆଇସିସି ପିସିସି ସଭାପତି ନିଯୁକ୍ତି ଦେବାର ସମ୍ଭାବନା ରହିଛି। 47 Total Count
ବିଜେପି ଟିକେଟରୁ ଲଢ଼ିବା ନେଇ ପ୍ରଥମେ ନା ଏବେ ପୁଣି ହଁ ଭୋଜପୁରୀ ଅଭିନେତା ତଥା କଣ୍ଠଶିଳ୍ପୀ ପବନ ସିଂହ ନିର୍ବାଚନ ଲଢ଼ିବା ନେଇ ଏବେ ପୁଣିଥରେ ୟୁ–ଟର୍ଣ୍ଣ ନେଇଛନ୍ତି। ସେ ଆସନ୍ତା… April 1, 2024
ନିଜ ଭୁଲ୍ ମାନିଲେ ଗଣଶିକ୍ଷା ମନ୍ତ୍ରୀ ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନ୍ଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ… June 17, 2026
୫୦ରୁ ୬୦ କି.ମି. ବେଗରେ ବହିବ ପବନ: ଅରେଞ୍ଜ ଓ୍ବାର୍ନିଂ ଜାରି ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିବା ସହ ପ୍ରବଳ ବର୍ଷା… April 19, 2025