ଅଙ୍ଗଦାନ କରି ୪ଜଣଙ୍କ ଜୀବନ ବଞ୍ଚାଇଛନ୍ତି ପ୍ରସନ୍ଜିତ୍ ମହାନ୍ତି

ଅଙ୍ଗଦାନ କରି ୪ଜଣଙ୍କ ଜୀବନ ବଞ୍ଚାଇଛନ୍ତି ପ୍ରସନ୍ଜିତ୍ ମହାନ୍ତି
ଓଡ଼ିଶା, ଦିଲ୍ଲୀ ଓ କୋଲକାତାର ୪ଜଣ ଗୁରୁତର ରୋଗୀଙ୍କ ଶରୀରରେ ସଫଳ ଭାବେ ପ୍ରତ୍ୟାରୋପଣ କରାଯାଇପାରିଛି। ପ୍ରସନ୍ଜିତଙ୍କ ପରିବାରବର୍ଗଙ୍କ ସହମତି ଓ ସରକାରୀ ସଂସ୍ଥାଗୁଡିକର ଉତ୍ତମ ସହଯୋଗ ଦ୍ୱାରା ତାଙ୍କ ଶରୀରରୁ ୨ଟି ବୃକକ, ୨ଟି ପୁସ୍ଫୁସ୍ ଓ ଗୋଟିଏ ଯକୃତ ବାହାର କରାଯାଇଥିଲା। ମେଡିକାଲ ଟିମ୍ର ସହାୟତାରେ ଅଙ୍ଗଗୁଡିକୁ ପ୍ରଥମେ ଗ୍ରୀନ୍ କରିଡରରେ ଭୁବନେଶ୍ୱର ବିମାନବନ୍ଦର ଯାଏ ନିଆଯାଇଥିଲା।

ସେଠାରୁ ବିମାନ ଯୋଗେ ଅନ୍ୟ ରାଜ୍ୟକୁ ପଠାଯାଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କର ଦୁଇଟି ବୃକକ ମଧ୍ୟରୁ ଗୋଟିଏ ବୃକକ ଶନିବାର ଦିନ ପ୍ରତ୍ୟାରୋପଣ କରାଯାଇଥିବାବେଳେ ଅନ୍ୟଟି ପ୍ରତ୍ୟାରୋପଣ ନିମନ୍ତେ କଟକ ଏସ୍ସିବି ମେଡିକାଲ କଲେଜକୁ ପଠାଯାଇଥିଲା। ସେହିପରି ଫୁସ୍ଫୁସ୍ ଦୁଇଟିକୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଜଟିଳ ଅବସ୍ଥାରେ ଥିବା ଜଣେ ୧୬ ବର୍ଷର କିଶୋରଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି।

ସଂପୃକ୍ତ କିଶୋର ଜଣକ ୪୫ଦିନ ଧରି ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷାରେ ଥିଲେ। ସେହିପରି ଯକୃତଟିକୁ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଥିବା ଜଣେ ଜଟିଳ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ସମ୍ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ୪୩ ବର୍ଷୀୟ ପ୍ରସନ୍ଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ଗତ ଜୁନ ୨୨ରେ ସମ୍ ଅଲ୍ଟିମେଟ୍ରେରେ ଭର୍ର୍ତ୍ତି କରାଯାଇଥିଲା।

ଜରୁରୀକାଳୀନ ପରିସ୍ଥିତିରେ ତାଙ୍କ ମସ୍ତିଷ୍କର ଅସ୍ତ୍ରୋପଚାର କରାଯାଇଥିଲା। ଯଦିଓ ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲା ତେବେ ପରବର୍ତ୍ତୀ ସମୟରେ ବିଗିଡିବାରେ ଲାଗିଥିଲା। ଜୁନ୍ ୨୩ରେ ପ୍ରସନ୍ଜିତଙ୍କ ବ୍ରେନ୍ ଡେଡ୍ ହୋଇଥିବା ସୂଚନା ମିଳିଥିଲା। ଏହାର ୬ଘଣ୍ଟା ପରେ ଏକ ୨୦ ଜଣିଆ ସର୍ଜନ ଟିମ୍ଙ୍କ ଦ୍ୱାରା ୪ଘଣ୍ଟା ଧରି ଅପରେଶନ କରାଯାଇ ପ୍ରସନ୍ଜିତ୍ଙ୍କ ଶରୀରରୁ ଆବଶ୍ୟକ ଅଙ୍ଗଗୁଡିକ କଢା ଯାଇଥିଲା।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!