ଆସନ୍ତା ୧୨ ତାରିଖରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା । ଆସାମର ବିକାଶ ଓ ଅସ୍ମିତାକୁ ନେଇ ଆରମ୍ଭ ହେବାକୁ ଯାଉଛି ‘ହିମନ୍ତ ୨.୦’ ର ନୂଆ ଅଧ୍ୟାୟ! । ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ NDA ମେଣ୍ଟ ଏକ ଐତିହାସିକ ସଫଳତା ହାସଲ କରିଛି। ହିମନ୍ତ ବିଶ୍ୱଶର୍ମାଙ୍କୁ ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳ ଓ NDAର ନେତା ଭାବେ ନିର୍ବାଚିତ କରାଯାଇଛି ।
ଆଜି ଗୌହାଟୀଠାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ଆସାମର ୧୨୬ଟି ଆସନ ମଧ୍ୟରୁ NDA ମେଣ୍ଟ ୧୦୨ଟି ଆସନରେ ବିଜୟୀ ହୋଇ ପ୍ରବଳ ବହୁମତ ପାଇଛି। ବିଜେପି ୮୨ଟି ଆସନ, AGP ଏବଂ BPF ପ୍ରାୟ ୨୦ଟି ଆସନ ଓ କଂଗ୍ରେସ ମାତ୍ର ୧୯ଟି ଆସନରେ ସୀମିତ ରହିଛି। ହିମନ୍ତ ବିଶ୍ୱଶର୍ମା ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି ।
ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର ସମ୍ଭାବନା ରହିଛି।

