ଜୋସେଫ୍ ବିଜୟ ଚନ୍ଦ୍ରଶେଖର ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ, ସେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିଛନ୍ତି । ୩ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ସାଇନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ।
ପ୍ରଥମଟି ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରିବା । ଦ୍ୱିତୀୟଟି ଡ୍ରଗ୍ସ ରୋକିବାକୁ ଟାକ୍ସଫୋର୍ସ ଗଠନ ହେବ । ତୃତୀୟଟି ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଗଠନ ହେବ ସ୍ପେସାଲ ଟାକ୍ସଫୋର୍ସ । ବିଜୟ ତାଙ୍କର ପ୍ରଥମ ଅଭିଭାଷଣରେ କହିଥିଲେ ଯେ ସେ କୌଣସି ରାଜପରିବାରରୁ ଆସି ନାହାଁନ୍ତି, କିନ୍ତୁ ଲୋକମାନେ ତାଙ୍କୁ ସ୍ୱାଗତ ଏବଂ ଗ୍ରହଣ କରିଛନ୍ତି ।
ମହିଳା ସୁରକ୍ଷାକୁ ପ୍ରାଥମିକତା ଦେଇ, ସେ ମହିଳା ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ବାହିନୀ ଗଠନ କରିବା ପାଇଁ ଏକ ଫାଇଲରେ ସ୍ୱାକ୍ଷର କରିଛନ୍ତି । ଏହା ସହିତ ଘରୋଇ ଗ୍ରାହକଙ୍କୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରିବା ପାଇଁ ପ୍ରଥମ ଫାଇଲରେ ମଧ୍ୟ ସ୍ୱାକ୍ଷର କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଜୟ ଲୋକମାନଙ୍କୁ ତାଙ୍କ କାମ ପ୍ରଦର୍ଶନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦେବାକୁ ଅନୁରୋଧ କରିଥିଲେ । ବିଜୟ କହିଛନ୍ତି ଯେ, ସେ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ଆଗକୁ ବଢ଼ିବା ପାଇଁ ଏକ “ଶ୍ୱେତପତ୍ର” ପ୍ରକାଶ କରିବାକୁ ବିଚାର କରୁଛନ୍ତି ।
ସେ ପୂର୍ବ ଡିଏମକେ ସରକାର ରାଜ୍ୟ ଉପରେ ୧୦ ଲକ୍ଷ କୋଟି ଋଣ ବୋଝ ଲଦିବାର ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜୋସେଫ କହିଛନ୍ତି ଯେ, ସେ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକିବେ ନାହିଁ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଶକ୍ତି କେନ୍ଦ୍ର ରହିବ ନାହିଁ; ସେ ଏକମାତ୍ର ଶକ୍ତି କେନ୍ଦ୍ର ହେବେ ।

