ପ୍ରତାରଣା ଅଭିଯୋଗରେ ଓଡ଼ିଆ ଅଭିନେତା ଗିରଫ

ଲଭ୍, ସେକ୍ସ, ଧୋକା, ତାପରେ ଠକେଇ ଅଭିଯୋଗ । ଫସିଗଲେ ଓଡ଼ିଆ ଅଭିନେତା । ଜଣେ ଫିଲ୍ମ ଅଭିନେତ୍ରୀଙ୍କୁ ଧୋକ୍କା ଦେବା ସହ ତାଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ମହାକାଳପଡ଼ା ବଡ଼ମଠର ରଶ୍ମିକାନ୍ତ ଭୂୟାଁଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ ।

ସୋସିଆଲ ମିଡ଼ିଆରେ ରିଲ୍ସରୁ ପୀଡ଼ିତା ଏବଂ ଅଭିଯୁକ୍ତ ପରିଚିତ ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦୁହେଁ ଭୁବନେଶ୍ବରରେ ଏକାଠି ଲିଭ-ଇନରେ ରହୁଥିଲେ । ଅଭିଯୁକ୍ତ ପୀଡ଼ିତାଙ୍କ ଠାରୁ ଟଙ୍କା ନେଇ ଫିଲ୍ମ ତିଆରି କରିଥିଲା । ଫିଲ୍ମରେ ଅଭିଯୁକ୍ତ ନିଜେ ହିରୋ ହେବା ସହ ପୀଡ଼ିତାଙ୍କୁ ହିରୋଇନ୍ କରିଥିଲେ । କିନ୍ତୁ ଫିଲ୍ମ ଫ୍ଲପ ହେବାରୁ ପୀଡ଼ିତା ତାଙ୍କର ଟଙ୍କା ଦାବି କରିଥିଲେ । କିନ୍ତୁ ଅଭିଯୁକ୍ତ ଟଙ୍କା ଫେରାଇନଥିଲେ ।

ପୀଡ଼ିତା ବିବାହ କରିବା ପାଇଁ କହିବାରୁ ରଶ୍ମିକାନ୍ତ ମନାକରିଦେଇଥିଲେ । ଏହାପରେ ପୀଡ଼ିତା ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମହିଳା ଥାନା ପୋଲିସ ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!