କହିଦେଲେ ମୂଖ୍ୟମନ୍ତ୍ରୀ, ଫାଇଲ୍ ଚୋରୀ ପଛରେ ହୋଇଛି ବଡ଼ ଷଡ଼ଯନ୍ତ୍ର

ସିଏମ୍‌ଓରୁ ଫାଇଲ ହଜିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ। ସବୁଠାରୁ ଲଜ୍ଜ୍ୟାଜନକ ଓ ଚମକାଇ ଦେବା କଥା ହେଉଛି କି ସ୍ୱାମୀଜୀଙ୍କ ହତ୍ୟାକାଣ୍ଡକୁ ନେଇ ଗଠିତ ଜଷ୍ଟିସ ମହାପାତ୍ର ଏବଂ ନାଇଡୁ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ, ଫାଇଲ ଗୁଡ଼ିକ ଷଡ଼ଯନ୍ତ୍ର କରି ଗାଏବ କରି ଦିଆଯାଇଛି ।

ତାହାକୁ ଲୋକସେବା ଭବନରୁ ହଜାଇ ଦିଆଯାଇଥିଲା । ଫାଇଲ ହଜାଇବା ସାଧାରଣ ଅବହେଳା ହୋଇନପାରେ ।ଏହା ହେଉଛି ଅପରାଧୀଙ୍କୁ ବଞ୍ଚାଇବା ପାଇଁ ସୁଚିନ୍ତିତ, ସାଂଘାତିକ ଷଡ଼ଯନ୍ତ୍ର। ମୁଁ ଦୃଢ଼ ଆଶ୍ଵାସନ ଦେଉଛି ଯେ, ସତ୍ୟର ଉନ୍ମୋଚନ ନିଶ୍ଚିନ୍ତ ଭାବେ ହେବ । ଆଜି ତାଳଚେର ଗୁରୁଜାଙ୍ଗ ଠାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଗୁରୁଜାଙ୍ଗ ଗ୍ରାମରେ ଥିବା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମଶତବାର୍ଷୀକ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ସହିତ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଇଛନ୍ତି ।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!