ରାଜ୍ୟ IPS ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ

ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ୬ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବଦଳି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅଦଳବଦଳ ନିର୍ଦ୍ଦେଶନାମା ଜାରି ହୋଇଛି ।

ବରିଷ୍ଠ ଆଇପିଏସ୍ ଅଧିକାରୀ ହିମାଂଶୁ କୁମାର ଲାଲ୍ ପୂର୍ବରୁ ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଭାବେ କାର୍ଯ୍ୟରତ ଥିଲେ, ତାଙ୍କୁ ଭୁବନେଶ୍ୱରସ୍ଥିତ ଇଓଡବ୍ଲ୍ୟୁ ଏବଂ ଏସ୍‌ଟିଏଫ୍ (STF)ର ଆଇଜି ଭାବେ ନୂତନ ଦାୟିତ୍ୱ ଦିଆଯାଇଛି । ସେହିପରି ତାଳଚେର ଏନ୍‌ସିଆର୍ ଆଇଜି ତଥା ଅନୁଗୋଳ ପିଟିସି ପ୍ରିନ୍ସିପାଲ୍ ଦାୟିତ୍ୱ ତୁଲାଉଥିବା ସତ୍ୟବ୍ରତ ଭୋଇଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।

ଅନ୍ୟପକ୍ଷରେ, ଇଣ୍ଟେଲିଜେନ୍ସ ଆଇଜି ଥିବା ଜୟ ନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି । ପୂର୍ବରୁ ଏହି ପଦବୀରେ କାର୍ଯ୍ୟରତ ଥିବା ନୀତି ଶେଖରଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ନିଯୁକ୍ତି ମିଳିଛି ।

ଏଥିସହିତ, ଡିଆଇଜି ଥିବା ଚରଣ ସିଂହ ମୀନାଙ୍କୁ ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି । ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରି ଗୃହ ବିଭାଗରେ ଯୋଗ ଦେଇଥିବା ବରିଷ୍ଠ ଅଧିକାରୀ ଆଶିଷ କୁମାର ସିଂହଙ୍କୁ ତାଳଚେର ଡିଆଇଜି ତଥା ଅନୁଗୋଳସ୍ଥିତ ପୁଲିସ ଟ୍ରେନିଂ କଲେଜର ପ୍ରିନ୍ସିପାଲ୍ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!