ଅଗଷ୍ଟ ୩୧ରୁ ପୁଣି ରତ୍ନଭଣ୍ଡାର ଗଣତିମଣତି

ପୁଣି ଆଗେଇବ ରତ୍ନଭଣ୍ଡାରରେ ଗଚ୍ଛିତ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ଆଦିର ଗଣତିମଣତି । ଆସନ୍ତା ୩୧ ତାରିଖରୁ ଦୁଇ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାର ଗଣତିମଣତି ହେବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ତଥା କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ରତ୍ନଭଣ୍ଡାର ଗଣତି ଆସନ୍ତା ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ (ଏସ୍ଓପି)କୁ ଏହି ସମୟରେ ପାଳନ କରାଯିବ । ରତ୍ନଭଣ୍ଡାର ରତ୍ନ ଗଣତିମଣତି ନିମନ୍ତେ ଶ୍ରଦ୍ଧାଳୁଙ୍କ ଦର୍ଶନ ସମୟ ସ୍ୱଳ୍ପ ହୋଇପାରେ । ତେଣୁ ପୂର୍ବବତ୍ ଏହି କାର୍ଯ୍ୟରେ ସମସ୍ତ ସେବକ ଓ ଶ୍ରଦ୍ଧାଳୁ ଭକ୍ତଙ୍କର ସହଯୋଗ ଓ ସହାୟତା କାମନା କରିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନ୍ତର୍ଗତ ଚଳନ୍ତି ଭଣ୍ଡାର ଗଣତି ସରିଥିବା ବେଳେ ବାହାର ଭଣ୍ଡାର ଗଣତିମଣତି ପ୍ରାୟ ଶେଷ । ପରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ଗଣତିମଣତି କରାଯାଉଛି । ରତ୍ନଭଣ୍ଡାର ଉଚ୍ଚସ୍ତରୀୟ ତଦାରଖ ଦଳଙ୍କ ତତ୍ତ୍ୱାବଧାନରେ ଗଣତିମଣତିରେ ଆର୍ବିଆଇର ବିଶେଷଜ୍ଞ, ଜେମୋଲୋଜିଷ୍ଟ, ଫଟୋଗ୍ରାଫର ପ୍ରମୁଖ ନିୟୋଜିତ ହେବେ । ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ୩ଡି ମ୍ୟାପିଂ କରାଯିବ । ସମସ୍ତ ରତ୍ନଅଳଙ୍କାରକୁ ଦୁଇ ତିନି ପରସ୍ତ ଘୋଡ଼ାଇ ସିନ୍ଦୁକ ଭିତରେ ସୁରକ୍ଷିତ ରଖାଯିବ । 

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!