ସିଜେପି ନେତା ଅଭିଜିତ ଦୀପକେ ଅଟକ

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ରଦ୍ଦ ସହ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି (ଶନିବାର) ନୂଆଦିଲ୍ଲୀରେ କକ୍ରୋଚ ଜନତା ପାଟି ର୍ (ସିଜେପି) ଆନ୍ଦୋଳନ କରିବାକୁ ପ୍ରସ୍ତୁତି କରଛି । ଏହା ପୂର୍ବରୁ ଆକ୍ସନ ମୋଡରେ ଆସିଛି ଦିଲ୍ଲୀ ପୁଲିସ୍ । ଟ୍ୟୁବର ଧ୍ରୁବ ରାଠିଙ୍କୁ ତାଙ୍କ ଗୁରୁଗ୍ରାମ ସ୍ଥିତ ବାସଭବନରେ ଅଟକ ରଖିବା ଖବର ଆସିଛି । ସେହିପରି ସିଜେପି ଫାଉଣ୍ଡର ଅଭିଜିତ୍ ଦୀପକେଙ୍କୁ ଦିଲ୍ଲୀ ଏୟାରପୋର୍ଟ ପୁଲିସ୍ ଅଟକ ରଖିଛି । ସିଜେପି ଆନ୍ଦୋଳନ ପୂର୍ବରୁ ଦିଲ୍ଲୀ ପୁଲିସ୍ ଆକ୍ସନରେ ରହିଛି । ମୁମ୍ୱାଇରୁ ଆସି ଦିଲ୍ଲୀ ବିମାନବନ୍ଦରରେ ଅଭିଜିତ ଦୀପକେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖାଯାଇଛି । ଏହା ସହିତ ଯାହା ସୂଚନା ହସ୍ତଗତ ହୋଇଛି ସକାଳୁ ଜନ୍ତରମନ୍ତରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା ହୋଇଛି । ଧିରେ ଧିରେ ଆନ୍ଦୋଳନକାରୀଙ୍କ ଭିଡ ଜମୁଥିଲା । ଏହାରି ଭିତରେ ଦିଲ୍ଲୀ ପୁଲିସ୍ ୬୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିବା ରିପୋର୍ଟ ଆସୁଛି ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହେବାକୁ ଥିବା ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜଧାନୀରେ ଶୁକ୍ରବାର ରାତିସାରା କଡ଼ା ପ୍ରହରା ଦେଇଛି । ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ଦିଲ୍ଲୀ ପୁଲିସ ଗୁରୁଗ୍ରାମର ସେକ୍ଟର ୫୬ ସ୍ଥିତ ତାଙ୍କ ବାସଭବନରୁ ଅଟକ ରଖିଛି । ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିବା ପରେ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ମଧ୍ୟ ଅଟକ ରଖାଯାଇଛି । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପୁଲିସ ମୁତୟନ ବଢ଼ାଯିବା ସହ ସହରର ପ୍ରବେଶ ପଥ ଓ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି ।
ସିଜେପି ଫାଉଣ୍ଡର ଅଭିଜିତ୍ ଦୀପକେ ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡ କରିବା ପରେ ବିମାନ ଭିତରୁ ଏୟାରପୋର୍ଟ ପୁଲିସ୍ ତାଙ୍କୁ ଅଟକ ରଖିଥିବା ଚିତ୍ର ସାମ୍ନାକୁ ଆସିଛି । ପୁଲିସ୍ ସହ ଅଭିଜିତଙ୍କ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ମୁଁ ଏଠାକୁ ଆରେଷ୍ଟ ହେବାକୁ ଆସିଛି । ମୋତେ ଅରେଷ୍ଟ କର । ଏହାର ଜବାବରେ ଦିଲ୍ଲୀ ପୁଲିସ୍ ଅଭିଜତଙ୍କୁ କହିଛନ୍ତି ନା ଏହା ଗିରଫ ନୁହେଁ । ଦୟାକରି ସହଯୋଗ କରନ୍ତୁ ।

ଆନ୍ଦୋଳନରେ କିଛି ରାଜନୈତିକ ଦଳ, ଛାତ୍ର ସଙ୍ଗଠନ ଓ ନାଗରିକ ସମାଜ ସାମିଲ ହେବାର ସମ୍ଭାବନା ରହିଛି । କିନ୍ତୁ ଆନ୍ଦୋଳନ ପାଇଁ ପୁଲିସ ଅନୁମତି ଦେଇନାହିଁ । ଏଥିସହ ଜନ୍ତରମନ୍ତର ଓ ଆଖପାଖ ଅଞ୍ଚଳରେ କଟକଣା ଲଗାଯାଇଛି । ହେଲେ ସିଜେପି ଏହି ଆନ୍ଦୋଳନ ନିଶ୍ଚିତ ହେବ ବୋଲି କହିବା ସହ ଏଥିରେ ବହୁସଂଖ୍ୟାରେ ସାମିଲ ହେବାକୁ ଅନୁରୋଧ କରିଛି । ସିଜେପିର ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦିଲ୍ଲୀକୁ ସୁରକ୍ଷାର ଅଭେଦ୍ୟ ଦୁର୍ଗରେ ପରିଣତ କରିଛନ୍ତି । ଜନ୍ତରମନ୍ତର ଓ ତାର ଆଖପାଖ ଅଞ୍ଚଳରେ ବିଏନ୍ଏସ୍‌ ଧାରା ୧୬୩ ଲାଗୁ କରାଯାଇଛି । ସୁରକ୍ଷା ଲାଗି ପ୍ରାୟ ୩୮ ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି । ସେଥିରେ ୨୩ ହଜାର କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନ ଏବଂ ଦିଲ୍ଲୀ ପୁଲିସର ୧୫ ହଜାର ଯବାନ ସାମିଲ ଅଛନ୍ତି । ଫ୍ରଣ୍ଟଲାଇନରେ ଥିବା ୧୫୦ ଯବାନଙ୍କ ଦେହରେ ଲାଗିଛି ବଡି କ୍ୟାମେରା । ଯାହାଫଳରେ ପ୍ରଦର୍ଶନ ବେଳେ କୌଣସି ପ୍ରକାର ଅପ୍ରୀତିକର ଘଟଣାର ରେକର୍ଡିଂ କରାଯାଇପାରିବ । ଏଥିସହ ବିଭିନ୍ନ ସ୍ଥାନରେ ୩୦୦ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସିବାକୁ ଥିବା ୩୮ଟି ଟ୍ରେନ ବାତିଲ କରିଦିଆଯାଇଛି । ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆଯାଇଛି ।

Post Views48 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!