ଟିକେଟ୍ ନୁହେଁ, ଜନମତ ଦେଲା ପରିଚୟ—ହିମାଂଶୁଙ୍କ ଧର୍ମଶାଳା କାହାଣୀ”

ଯାଜପୁର: ରାଜନୀତିରେ ଅସ୍ୱୀକୃତି ବେଳେବେଳେ ନୂଆ ରାସ୍ତା ଖୋଲିଦିଏ। ଧର୍ମଶାଳା ବିଧାନସଭା ଆସନର ବର୍ତ୍ତମାନର ବିଧାୟକ ହିମାଂଶୁ ଶେଖର ସାହୁଙ୍କ…

ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି, ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ସଫଳ ଦୁଇ ବର୍ଷ ପୂରଣ ହେବ। ଏହି ଅବସରରେ ଆସନ୍ତାକାଲି ସେପ୍ଟେମ୍ବର ୧୭…

ନନ୍ଦନକାନନରେ ନୂଆ ଅତିଥି

ନନ୍ଦନକାନନ ପ୍ରାଣୀଉଦ୍ୟାନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଏଥର ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକମାନେ ନୂଆ ଜୀବଜନ୍ତୁ ଦେଖିପାରିବେ କାରଣ ଶନିବାର ରାତିରେ ଏଠାରେ ଆସି ନୂଆ ଅତିଥି ପହଞ୍ଚିଛନ୍ତି ସେଥିରେ ରହିଛନ୍ତି ଜେବ୍ରା ଓ ୱାଲାବି ସହିତ ଅନ୍ୟ କିଛି ଜୀବଜନ୍ତୁ ଗୁଜୁରାଟରୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏସବୁ ଜୀବଜନ୍ତୁଙ୍କୁ ଅଣାଯାଇଛି ଏହି ନୂତନ ଜୀବଜନ୍ତୁଙ୍କୁ ଏବେ ନନ୍ଦନକାନନ ପ୍ରାଣୀଉଦ୍ୟାନର ସଙ୍ଗରୋଧ ଗୃହରେ ୧ମାସ ପର୍ଯ୍ୟନ୍ତ ରଖାଯିବ ପରେ ପର୍ଯ୍ୟଟକମାନେ ଏହି ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ  ଏହି ନୂତନ ଜୀବଜନ୍ତୁଙ୍କୁ ଆଣିବା ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ଦୀର୍ଘଦିନ ଧରି ପ୍ରୟାସ କରାଯାଉଥିଲା । ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତିକୁ ଅପେକ୍ଷା କରାଯାଇଥିଲା  ଅନୁମତି ମିଳିବା ପରେ ନୂତନ ଜୀବଜନ୍ତୁ ଅଣାଯାଇଛି ଏଥିପାଇଁ ପୂର୍ବରୁ ବିଭିନ୍ନ ଖୁଆଡ଼ ନିର୍ମାଣ କରାଯାଇଥିଲା  ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି  ନୂଆ ଜୀବଜନ୍ତୁଙ୍କୁ ଆଣି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇ ଆସିଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ଲାଳନପାଳନ କରି ନନ୍ଦନକାନନ ଅନ୍ତର୍ଜାତୀୟସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି  ଏଭଳି ସ୍ଥିତିରେ ନୂଆ ଜୀବଜନ୍ତୁ ଆସିବା ଜନ୍ତୁପ୍ରେମୀ ଓ ପର୍ଯ୍ୟଟକମାନଙ୍କୁ ଉତ୍ସାହିତ କରିଛି ।

Apply Now


This will close in 0 seconds

error: Content is protected !!