ଶ୍ରୀମନ୍ଦିରକୁ ଆଜିଠୁ ସ୍ମାର୍ଟ ଫୋନ୍ ନେବା ମନା

ନୂଆବର୍ଷର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଶ୍ରଦ୍ଧାଳୁମାନେ ମରିଚିକୋଟ ଛକରୁ ବ୍ୟାରିକେଡ୍ରେ ଯାଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଆଜିଠୁ ଶ୍ରୀମନ୍ଦିରକୁ ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି- ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ନନେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜମା କରି ମନ୍ଦିରକୁ ପ୍ରବେଶ କରିବେ। ତେବେ ଜରୁରୀ ସେବା ପାଇଁ ମନ୍ଦିର ପରିସରରେ ଦୁଇଟି ସ୍ମାର୍ଟଫୋନ ରହିବ। ଗୋଟିଏ ସ୍ମାର୍ଟ ଫୋନ୍ ଶ୍ରୀମନ୍ଦିର ଗାରଦ ଓ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରହିବ।

Post Views26 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!