କିଟ୍‌କୁ ସମ୍ମାନଜନକ CII ସ୍ପୋଟର୍‌ସ ବିଜନେସ ପୁରସ୍କାର

ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‌କୁ ସମ୍ମାନଜନକ ସିଆଇଆଇ ସ୍ପୋଟର୍‌ସ ବିଜନେସ ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ସିଆଇଆଇ କ୍ରୀଡ଼ା ଜାତୀୟ କମିଟିର ଅଧ୍ୟକ୍ଷ ଚାଣକ୍ୟ ଚୌଧୁରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଦେଶରେ ସର୍ବୋତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ବିଭାଗରେ କିଟ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସେହିପରି ଶ୍ରେଷ୍ଠ କ୍ରୀଡ଼ା ଫ୍ରାଞ୍ଚାଇଜ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ ଭାବେ ତାମିଲନାଡୁକୁ ପୁରସ୍କୃତ କରାଯାଇଛି। ସେହିପରି କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ୱ ନିମନ୍ତେ ବିସିସିଆଇ ସମ୍ପାଦକ ତଥା ଏସିଆନ୍‌ କ୍ରିକେଟ କାଉନ୍‌ସିଲ ଅଧ୍ୟକ୍ଷ ଜୟ ଶାହଙ୍କୁ ଶ୍ରେଷ୍ଠ କ୍ରୀଡ଼ା ବିଜ୍‌ନେସ୍‌ ଲିଡର ଭାବେ ସମ୍ମାନିତ କରାଯାଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ଚେୟାରପର୍ଶନ ନିତା ଅମ୍ବାନୀ ଏବଂ ଅଚ୍ୟୁତ ସାମନ୍ତଙ୍କୁ କ୍ରୀଡ଼ା ବିଜ୍‌ନେସ୍‌ ଲିଡର ଭାବେ ସମ୍ମାନିତ କରାଯାଇଛି। ପୁରସ୍କାର ଚୟନ କମିଟିରେ ଅଭିନବ ବିନ୍ଦ୍ରା, ମାଇକେଲ ୱାଡେ, ଅଭିଶେଷ ବିନୟକିୟା, ନିକି କାୱାର୍ଡ ଓ ଆହନା ମହୋତ୍ରା ପ୍ରମୁଖ ସଦସ୍ୟ ରହିଥିଲେ।

ପ୍ରକାଶ ଯୋଗ୍ୟ ଯେ, କିଟ୍‌ ଦୀର୍ଘ ୨୦ ବର୍ଷ ହେଲା କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ଯୋଗଦାନ ରଖି ଆସିଛି। ଏହା କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ କିଟ୍‌ ଏହା ପୂର୍ବରୁ ଭାରତ ସରକାରଙ୍କଠାରୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର, ଫିକି ପୁରସ୍କାର, ସ୍ପୋର୍ଟଷ୍ଟାର ଏସେସ୍‌ ପୁରସ୍କାର, ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ମଧ୍ୟ ହାସଲ କରିଛି। ଏହି ପୁରସ୍କାରକୁ ଅଚ୍ୟୁତ କିଟ୍‌ ଓ କିସ୍‌ର କର୍ମଚାରୀ, ଛାତ୍ରୀଛାତ୍ର ବିଶେଷ କରି କ୍ରୀଡ଼ା ବିଭାଗ ଓ କିଟ୍‌ର କ୍ରୀଡ଼ାବିତ୍‌ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ସହିତ କ୍ରୀଡ଼ା କ୍ଷେତ୍ରରେ ପ୍ରେରଣା ଓ ସହଯୋଗ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!