ହେଲିକପ୍ଟର ବାବଦରେ ୪୦ କୋଟି ବ୍ୟୟ

ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନରୁ ଲାଗି ରହିଥିବା ଏହି ବିବାଦ ଉପରୁ ପରଦା ହଟାଇବା ସହ ମୁହଁ ଖୋଲି ବିରୋଧୀଙ୍କୁ ଜବାବ ଦେଇଛନ୍ତି।

ଅଭିଯୋଗ ଶୁଣାଣି ନିମନ୍ତେ ବିଭିନ୍ନ ଜିଲ୍ଲାକୁ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ମଧ୍ୟ ସ୍ପଷ୍ଟୀକରଣ ଦେଲେ ମୁଖ୍ୟମନ୍ତ୍ରୀ। ଏହି ପ୍ରସଙ୍ଗରେ ସେ କହିଛନ୍ତି, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଭିତରେ ଦିନକରେ ୩ରୁ ୫ଟି ମିଟିଂ କରିବା ଅସମ୍ଭବ।

ଯଦି ସଡ଼କ ପଥରେ ଯାଇ ଏତକ କରାଯାଇଥାନ୍ତା ତେବେ ଦେଢ଼ବର୍ଷ ଲାଗିଥାନ୍ତା। ବିଗତ ସାଢ଼େ ୩ ବର୍ଷରେ ହେଲିକପ୍ଟର ବାବଦରେ ୪୦ କୋଟି ବ୍ୟୟ କରିଛୁ। ହିସାବ କଲେ ହେଲିକପ୍ଟର ବାବଦରେ ମାସକୁ ୧ରୁ ଦେଢ଼ କୋଟି ଖର୍ଚ୍ଚ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!