ବିଜେଡି ଫୋକସରେ ସାଧାରଣ ନିର୍ବାଚନ, ସଙ୍ଗଠନ ସୁଦୃଢ କରୁଛି ଦଳ

ସାଧାରଣ ନିର୍ବାଚନକୁ ଆଉ ମାତ୍ର କେତୋଟି ମାସ ବାକି ରହିଛି। ଏହା ପୂର୍ବରୁ ଦଳ ଭିତରେ ସଙ୍ଗଠନକୁ ସୁଦୃଢ କରୁଛି ବିଜେଡି। ପୁଣି ଥରେ ୬ଷ୍ଠ ଥର ପାଇଁ ସରକାର ଗଢିବାକୁ ଏବେଠୁ ଦଳ ଆରମ୍ଭ କରିଛି କସରତ। ୨୦୨୨ ଡିସେମ୍ବର ୨୬ ତାରିଖରେ ପୁରୀରେ ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ନିଜର ଦମ ଦେଖାଇଛି। ଏହାପରେ ସଙ୍ଗଠନରେ କିଛି ପରିବର୍ତ୍ତନ କରି ନୂଆଟିମ ଘୋଷଣା କରିଛି ବିଜୁ ଜନତା ଦଳ। ମିଡିଆକୁ ଫେସ କରିବା ପାଇଁ ଦଳ ବରିଷ୍ଠ ଓ କନିଷ୍ଠ ବର୍ଗଙ୍କୁ ସୁଯୋଗ ଦେଇଛି। ରାଜ୍ୟ ଓ ରାଷ୍ଟ୍ରୀୟସ୍ତରରେ ମୁଖପାତ୍ର ନିଯୁକ୍ତି କରିଛି ଦଳ।

ନୂଆବର୍ଷ ଆରମ୍ଭ ପୂର୍ବରୁ ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଯାହାକି ଦଳ ଏବେଠୁ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିରେ ଥିବା ସ୍ପଷ୍ଟ କରୁଛି। ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଦଳ ୬ ଜଣଙ୍କୁ ଦାୟିତ୍ବ ପ୍ରଦାନ କରିଛି। ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ଅମର ପଟ୍ଟନାୟକ, ପିନାକୀ ମିଶ୍ର, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଓ ଶର୍ମିଷ୍ଠା ସେଠୀଙ୍କୁ ଦଳ ଏହି ଦାୟିତ୍ବ ଦେଇଛି। ସେହିପରି ଲେନିନ ମହାନ୍ତିଙ୍କୁ ଗଣମାଧ୍ୟମ ସଂଯୋଜକ ଓ ମଧୁସ୍ମିତା ମହାନ୍ତିଙ୍କୁ ସହସଂଯୋଜକ ଦାୟିତ୍ବ ଦେଇଛି ବିଜେଡି। ସେପଟେ ୧୬ ଜଣଙ୍କୁ ଦଳର ମୁଖପାତ୍ର ଭାବେ ଚୟନ କରାଯାଇଛି। ଦେବୀପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝି, ଅନୁଭବ ପଟ୍ଟନାୟକ, ଲେନିନ ମହାନ୍ତି, ସୁଲତା ଦେଓ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ହରିଶ ଚୌଧୁରୀ, ଗୌତମ ବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମପ୍ରକାଶ ସାହୁ ଓ ପ୍ରିୟବ୍ରତ ମାଝିଙ୍କୁ ଦଳ ଏହି ଦାୟିତ୍ବ ଦେଇଛି।

ଅନ୍ୟପଟେ ପେନାଲିଷ୍ଟ ତାଲିକାରେ ଇପ୍ସିତା ସାହୁ, ସୋଫିୟା ଆଲମ୍, ମଧୁସ୍ମିତା ନାୟକ, ମହୀକ୍ଷିତା ମିଶ୍ର, ଲୋରା ମହାପାତ୍ର, ସ୍ବାଗତିକା ମହାନ୍ତି, ମିହିର ରାୟ, ସ୍ବୟଂପ୍ରକାଶ ମହାପାତ୍ର ଓ ଅପୂର୍ବ ଅପରୂପା ରହିଛନ୍ତି। ତେବେ ସ୍ବୟଂପ୍ରକାଶ ମହାପାତ୍ରଙ୍କୁ ବିଜେଡିର ସୋସିଆଲ ମିଡିଆ ସେଲର ମୁଖ୍ୟ କରାଯାଇଛି। ଏମାନେ ହିଁ ଦଳର ଆଭିମୁଖ୍ୟକୁ ଗଣମାଧ୍ୟମ ସାମ୍ନାରେ ରଖିପାରିବେ।

ଖାଲି ସେତିକି ନୁହେଁ, ପୂର୍ବରୁ ଦଳ ଯୁବ, ଛାତ୍ର ଓ ମହିଳା ସଙ୍ଗଠନରେ ମଧ୍ୟ ପରିବର୍ତ୍ତନ କରିଥିଲା। ଯାହାକି ଦଳ ଏବେ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ଚେଷ୍ଟାରେ ଥିବା ସୂଚନା ଦେଉଛି।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!