ଆସନ୍ତା ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ଆସନ୍ତା ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ । ଆସନ୍ତା ଫେବ୍ରୁଆରୀ ୧୦ ଯାଏ ଚାଲିବ ସଂସଦର ପ୍ରଥମ ପର୍ଯ୍ୟାୟ । ସଂସଦର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ସରିବ ।

ଫେବ୍ରୁଆରୀ ୧ରେ ଆସିପାରେ ବଜେଟ । ଏହି ଅଧିବେଶନ ଆସନ୍ତା ଏପ୍ରିଲ ୬ ଯାଏ ଚାଲିବା ସମ୍ଭାବନା ରହିଛି ।

ପ୍ରଥମ ଦିନ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦର ମିଳିତ ଅଧିବେଶନରେ ପ୍ରଥମ ଥର ଲାଗି ଉଦବୋଧନ ଦେବେ ରାଷ୍ଟ୍ରପତି ।

ବଜେଟ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ।

Post Views28 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!