ତୁରନ୍ତ ପିଏମଜିକେଏୱାଇ ଆରମ୍ଭ କରୁ କେନ୍ଦ୍ର

କେନ୍ଦ୍ରର ବିଜେପି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ) ବନ୍ଦ କରିଦେଇଛି। ଯାହାଦ୍ବାରା ଗରିବ ଲୋକମାନେ ପ୍ରଭାବିତ ହେଉଛନ୍ତି। ଯାହାକୁ ବିରୋଧ କରିବା ସହ ତୁରନ୍ତ ଆରମ୍ଭ କରିବାକୁ ବିଜେଡି ଦାବି କରିଛି। ଏନେଇ ବିଜେଡି ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ବର୍ଷିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସସ୍ମିତ କହିଛନ୍ତି, ଓଡ଼ିଶାର ୩.୨୫ କୋଟି ଲୋକଙ୍କୁ ପ୍ରତିମାସରେ ମୁଣ୍ଡପିଛା ୧୦ କିଲୋ ଚାଉଳ ମିଳୁଥିଲା। ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୫ କିଲୋ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୫ କିଲୋ ମିଳୁଥିଲା। ହେଲେ କେନ୍ଦ୍ର ପିଏମଜିକେଏୱାଇକୁ ବନ୍ଦ କରିଦେବା ଫଳରେ ଏହା ଅଧିନରେ ମାସକୁ ମୁଣ୍ଡପିଛା ମିଳୁଥିବା ମାଗଣା ୫ କିଲୋ ଚାଉଳ ବନ୍ଦ ହେବା ଯୋଗୁଁ ତାହା ଲୋକଙ୍କ ଉପରେ ପ୍ରଭାବ ପକାଉଛି।
ସେହିପରି କୋଭିଡ ମହାମାରୀ ଓ ସମସ୍ତ ସଞ୍ଜୟ ଶେଷ ହେବା ପରେ ଗରିବ ଲୋକେ ଅଧିକ ସମୟ ପାଇଁ ପିଏମଜିକେଏୱାଇ ସହାୟତା ଆବଶ୍ୟକ କରୁଛନ୍ତି। ଏହା ବନ୍ଦ ହେବା ଦ୍ବାରା ସେମାନେ ଓ ସେମାନଙ୍କ ପରିବାରର ସଦସ୍ୟମାନେ ବହୁ ପରିମାଣର କ୍ଷତିଗ୍ରସ୍ତ ହେବେ। କେନ୍ଦ୍ର ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ କାହିଁକି ଉଚ୍ଛେଦ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଏହା ଯୋଗୁଁ ଚାଷୀ ମାନେ ଉପକୃତ ହେଉଥିଲେ।
ପ୍ରତି ବ୍ୟକ୍ତିଙ୍କ ପ୍ରତି ୫ କିଲୋ ଅତିରିକ୍ତ ଚାଉଳ ଦେବା ଯୋଗୁଁ କେନ୍ଦ୍ର ଦ୍ବାରା ସେହି ଚାଉଳ କ୍ରୟ ହେଉଥିଲା। ଯାହା ଫଳରେ କୃଷକ ମାନେ ସେମାନଙ୍କ ଅତିରିକ୍ତ ଚାଉଳ ବିକ୍ରୟ କରିପାରୁଥିଲେ। ସେମାନଙ୍କୁ ଦିଆଯାଉଥିବା ଏମଏସପିରୁ ଲାଭ ପାଉଥିଲେ। ତେବେ ଏବେ କେନ୍ଦ୍ର ପିଏମଜିକେଏୱାଇ ବନ୍ଦ କରିଦେଇଥିବାରୁ ଏହାର ପ୍ରଭାବ ଚାଷୀଙ୍କ ଉପରେ ପଡିବ ବୋଲି ସେ ଦର୍ଶାଇଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କ ଏହି ଗରିବ ବିରୋଧୀ, କୃଷକ ବିରୋଧୀ ତଥା ପରିବାର ବିରୋଧୀ ମନୋଭାବକୁ ବିଜେଡି ନିନ୍ଦା କରିବା ସହ କେନ୍ଦ୍ର ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପିଏମଜିକେଏୱାଇ ଜାରି ରଖିବାକୁ ସେ କହିଛନ୍ତି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!