ମାଷ୍ଟର ସେଫ୍ ଇଣ୍ଡିଆରେ ଅପରାଜିତା ଫୁଲରେ ଗଇଁଠା ପିଠାର ସ୍ୱାଦ ଚଖାଇଲେ ପିଏଚଡ଼ି ଛାତ୍ର

ଓଡ଼ିଆ ପୁଅଙ୍କ କମାଲ। ଜାତୀୟ ଗଣମାଧ୍ୟମରେ ନିଜର ରୋଷେଇ ଯାଦୁରେ ବିଚାରକଙ୍କ ମନ କିଣିଲେ ପିଏଚଡି ଛାତ୍ର ଅବିନାଶ ପଟ୍ଟନାୟକ। ସୋନି ଟିଭିରେ ପ୍ରସାରଣ ହେଉଥିବା ରନ୍ଧନ ପ୍ରତିଯୋଗିତା ମାଷ୍ଟର ସେଫ ଇଣ୍ଡିଆର ନୂତନ ସିଜିନରେ ଦେଖିବାକୁ ମିଳିଛନ୍ତି ଓଡ଼ିଆ ପୁଅ ଅବିନାଶ। ତେବେ ସେ ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗରେ ପିଏଚଡି କରୁଥିବାବଳେ ସେ ଜଣେ ଫୁଡ ବ୍ଲଗର ମଧ୍ୟ ଅଟନ୍ତି।

ଫୁଲକୁ ନିଜର କ୍ୟାରିୟର କରି ସେଥିରେ ଗବେଷଣାରେ ମନୋନିବେଶ ଅବିନାଶ ଏବା ଫୁଲକୁ ନେଇ ହିଁ ଚର୍ଚ୍ଚାରେ ରହିଛନ୍ତି। ଅଡିସନରେ ଅବିନାଶ ଗଇଁଠା ପିଠା ପ୍ରସ୍ତୁତ କରିଥିଲେ। ତେବେ ଏଥିରେ ଅପରାଜିତା ଫୁଲର ବ୍ୟବହାର ଏହାକୁ ନିଆରା କରିଥିଲା। ଏହାସହ ଏଥିରେ ଅନ୍ନପୂର୍ଣ୍ଣା ପତ୍ର ସହ ଗଙ୍ଗଶିଉଳି ଫୁଲର କ୍ଷୀର ମଧ୍ୟ ବ୍ୟବହାର କରିଥିଲେ। ଯାହାର ସ୍ବାଦ ଖୁବ ଚମତ୍କାର ଥିବାର ବିଚାରକ ମାନେ କହିବା ସହ ତାଙ୍କୁ ଚୟନ କରିବାକୁ ବାଧ୍ୟ କରିଥିଲା।

ତେବେ ଓଡ଼ିଆ ଖାଦ୍ୟରେ କିଛି ଅଲଗାପଣ ରହିଛି । ଯାହାକୁ ସେ କିଚେନରେ ଆଣିବାକୁ ଚେଷ୍ଟା କରିବେ ବୋଲି କୁହନ୍ତି। ଏହାସହ ଫୁଲ ତଥା କୃଷି ବିଜ୍ଞାନକୁ ନେଇ କେମିତି ଆହୁରି ସ୍ୱାଦିଷ୍ଟ ଓଡ଼ିଆ ଖାଦ୍ୟ ବନାଯାଇପାରିବ ତାହା ଉପରେ ତାଙ୍କର ଲକ୍ଷ୍ୟ ଥିବା ସେ ଏକ ଗଣମାଧ୍ୟରେ ସାକ୍ଷାତକାରରେ କହିଥିବା ଦେଖାଯାଏ।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!