ଇଣ୍ଡୋନେସିଆର ସୁମାତ୍ରା ରେ ବଡ଼ଧରଣର ଭୂକମ୍ପକୁ ସାମ୍ନା କଲେ ଲୋକେ

ଆଜି ଭୂକମ୍ପ ପ୍ରବଣ ଇଣ୍ଡୋନେସିଆର ସୁମାତ୍ରା ରେ ବଡ଼ଧରଣର ଭୂକମ୍ପକୁ ସାମ୍ନା କରିଛନ୍ତି ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି।

ଭୂକମ୍ପର କେନ୍ଦ୍ରସ୍ଥଳ ଆଚେ ପ୍ରଦେଶର ସିଙ୍ଗକିଲ ସହରଠାରୁ ୪୮ କିମି ଦୂର। ଏହା ଭୂପୃଷ୍ଠରୁ ୩୭ କିମି ଗଭୀରରେ ସୃଷ୍ଟି ହୋଇଛି। ପରବର୍ତ୍ତୀ ଅବସ୍ଥାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ “ଭୂକମ୍ପ ଝଟକା ପରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।

୪ଟି ଜିଲ୍ଲାରେ ୩ରୁ ୧୦ ସେକେଣ୍ଡ ଧରି ଝଟକା ଅନୁଭବ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ଝଟକା ପରେ ଲୋକମାନେ ବେଶ କିଛି ସମୟ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!