ଏମିତି କାହିଁକି କହିଲେ ଦିଲ୍ଲୀ ପୁର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ !

ନିର୍ବାଚନ ହାରିବା ପରେ ଲୋକଙ୍କ ଭରସା ସାଉଁଟିବା ପାଇଁ ପୁଣି ଅଣ୍ଟା ଭିଡିଛନ୍ତି ଆପର ନେତା ଓ ମନ୍ତ୍ରୀ ମାନେ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ କହିଛନ୍ତି ଯେ ଦେଶର ଗରିବ ଲୋକଙ୍କୁ କିଏ ୧୦୦ ପ୍ରତିଶତ ମାଗଣା ଚିକିତ୍ସା ଯୋଗାଇବ ? ଆମ ଦେଶର ବେକାର ଲୋକଙ୍କୁ କିଏ ଚାକିରି ଦେବ ? ପ୍ରଶ୍ନ ଆମ ଆଦମୀ ପାର୍ଟି ବିଷୟରେ ନୁହେଁ। ଆମର କଣ ଅଛି, ଯଦି ଆମେ ହାରିଯାଉ, ଆମେ ପୁଣି ଆମର ଚାକିରିକୁ ଫେରିଯିବୁ। ଆମେତ ଆମର ଭଲ ଚାକିରି ଛାଡି ରାଜନୀତିରେ ପ୍ରବେଶ କରିଥିଲୁ।

ଗୋଆରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ ସେ ଏପରି କହିଛନ୍ତି । ପ୍ରକୃତରେ, ଆତିଶୀ ଦକ୍ଷିଣ ଗୋଆରେ ଆମ ଆଦମୀ ପାର୍ଟିର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ସେହି ଅବସରରେ ସେ କହିଛନ୍ତି ଯେ ଆପ ପାର୍ଟି ନିଜ ଲଢ଼େଇ ନୁହେଁ, ସାଧାରଣ ଲୋକଙ୍କ ଅଧିକାର ପାଇଁ ଲଢ଼ୁଛି। ଯଦି ଆମେ ଆପ୍ ର ନେତା ମାନଙ୍କ ବିଷୟରେ ଚର୍ଚ୍ଚା କରିବା ତାହେଲେ ସେମାନେ ନିଜ ବିଳାସପୂର୍ଣ୍ଣ ଚାକିରି ଛାଡି ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଥିଲେ କିନ୍ତୁ ଦରକାର ପଡିଲେ ସେମାନେ ପୁଣି ନିଜ ଚାକିରିକୁ ଫେରିଯାଇପାରିବେ ।

Post Views4 Total Count

Apply Now


This will close in 0 seconds

error: Content is protected !!