ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ । କଂଗ୍ରେସ ସଭାପତିଙ୍କୁ ଚିଠି ଲେଖି ପଠାଇଲେ ନିଜର ଇସ୍ତଫା ପତ୍ର । ସେପଟେ ତାଙ୍କ ଇସ୍ତଫା ସଭିଙ୍କୁ ଚକିତ କରିବା ସହିତ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ନିଜ ଟ୍ୱିଟର ଆକାଉଣ୍ଟରେ ସେ ଲିଖିଛନ୍ତି ବର୍ତ୍ତମାନ ପରିବର୍ତ୍ତନ ବହୁତ କଠିନ । କିନ୍ତୁ ତୁମେ କେଉଁଠି ରହିଛ ଓ ତୁମର ମୂଲ୍ୟବୋଧ ପ୍ରଶଂସିତ ନୁହେଁ । କଠିନ ହୃଦୟ ସହିତ ମୁଁ ଆଜି INC ରୁ ଇସ୍ତଫା ଦେଇଛି ବୋଲି ନିଜେ ଗଣମାଧ୍ୟମରେ ସୂଚନା ଦେଇଛି ସତ୍ୟ ପ୍ରକାଶ ନାୟକ।

