୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର କାରବାର

୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଭୁବନେଶ୍ବର ସର୍କଲ୍‌ର ମୋଟ କାରବାର । ଏହି ସଫଳତା ପାଇଁ ସର୍କଲ୍‌ର ପରିଚାଳନା କମିଟି ଏବଂ କର୍ମଚାରୀମାନଙ୍କ ଗହଣରେ କେକ୍ କାଟି ଉତ୍ସବ ପାଳନ କରାଯାଇଥିଲା।

ଭିଡିଓ କନଫରେନ୍ସିଂ ଜରିଆରେ ବ୍ୟାଙ୍କର ସମସ୍ତ ଜୋନ୍‌, ଅଞ୍ଚଳ ଓ ଶାଖା ଏଥିରେ ଯୋଗ ଦେଇଥିଲେ। ୨୦୨୨ ଡିସେମ୍ବର ୩୧ ସୁଦ୍ଧା ବ୍ୟାଙ୍କ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ଏହି ଅବସରରେ ବ୍ୟାଙ୍କର ସିଜିଏମ୍‌ ଚନ୍ଦ୍ରଶେଖର ଶର୍ମା ଷ୍ଟେଟ୍‌ ବ୍ୟାଙ୍କର ଗ୍ରାହକ ଓ ଓଡ଼ିଶାବାସୀଙ୍କୁ ବ୍ୟାଙ୍କ ଉପରେ ଭରସା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ ଭୁବନେଶ୍ବର ସର୍କଲ ଇତିହାସରେ ପ୍ରଥମ ଥର ଲାଗି କାରବାର ୨ ଲକ୍ଷ କୋଟିରୁ ଅଧିକ ହୋଇଛି।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!