ବନ୍ଦ ସ୍କୁଲକୁ ଖୋଲିଲେ ବୋଲି ପିଟିପିଟି ମାରିଦେଲେ ମାଓବାଦୀ

ଛତିଶଗଡ ସୁକୁମା ଜିଲ୍ଲାରେ ଜଣେ ଶିକ୍ଷା ଅଧିକାରୀଙ୍କୁ ହତ୍ୟା କଲେ ମାଓବାଦୀ । ମୃତ ଶିକ୍ଷା ଅଧିକାରୀ ହେଉଛନ୍ତି ଦୁଧି ଅର୍ଜୁନ ଓ ତାଙ୍କ ଘର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ଗୋନ୍ଦାପାଲି ଗାଁରେ ବୋଲି ଜଣାପଡିଛି । ପ୍ରଜା କୋର୍ଟରେ ମାଓବାଦୀ ମାନେ ଶିକ୍ଷା ଅଧିକାରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ।ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଭୟରେ ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ବିଦ୍ୟାଳୟ ଗୁଡିକ ପୁଣି ଥରେ ଖୋଲିଥିଲେ ଶିକ୍ଷା ଅଧିକାରୀ ଦୁଧି ଅର୍ଜୁନ । ଯେଉଁ ପାଇଁ ପୂର୍ବରୁ ମାଓବାଦୀ ମାନେ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ତେବେ ଦୁଧି ଅର୍ଜୁନଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ସୁକୁମା ଏସପି କିରଣ ଚୌହାନ ।

ସୂଚନାଯୋଗ୍ୟ କି , ଦୁଧି ଅର୍ଜୁନଙ୍କୁ ଶିକ୍ଷା ଦୂତ ଭାବେ ନିଯୁକ୍ତ କରିଥିଲେ ଛଡିଶଗଡ଼ ସରକାର । ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲ ଆଣିବା କାର୍ଯ୍ୟ କରୁଥିଲେ ଦୁଧି ଅର୍ଜୁନ । ସୁକମାରେ ମାଓବାଦୀଙ୍କ ଭୟରେ ବନ୍ଦ ଥିବା ସ୍କୁଲ ଖୋଲିଥିଲେ ଦୁଧି ଅର୍ଜୁନ । ଏହାକୁ ନେଇ ପୂର୍ବରୁ ଅନେକ ଥର ବିରୋଧ କରିଆସୁଥିଲେ ମାଓବାଦୀ ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!