ଓଡିଶା ସୀମାରେ ବିଜୁ ବାବୁଙ୍କ ଡାକୋଟା ବିମାନ

କୋଲକାତାରୁ 3ଟି ଟ୍ରେଲରରେ ବୋଝେଇ ହୋଇ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ପହଞ୍ଚିଛି।

ଏହି ବିମାନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସହ ଜଡ଼ିତ । ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯାଉଛି । ଏନେଇ ସମୃକ୍ତ ଜିଲ୍ଲା ପ୍ରଶାସନ ଗୁଡିକ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ବର ଅଣାଯିବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିଲା।ତେବେ ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ଦୃଷ୍ଟିଗୋଚର ହୋଇଛି।

କୋଲକାତାର ଦମଦମ୍ ବିମାନ ବନ୍ଦରରୁ ବିମାନ ଯନ୍ତ୍ରାଂସକୁ ଖୋଲାଯାଇ 3ଟି ଟ୍ରେଲରରେ ଡାକୋଟା ବୋଝେଇ ହେବା ପରେ ଓଡ଼ିଶା ଅଭିମୁଖେ ବାହାରିଥିଲା । ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବ ବୋଲି ଜଣାପଡ଼ିଛି । କୋଲକାତା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁରକ୍ଷା ବଳୟ ଯୋଗାଇ ଦେଇଥିଲେ ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!