‘କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କର’

ଭାରତର ଲୋକମାନଙ୍କୁ ଚାକିରି ପାଇଁ ପ୍ରସ୍ତୁତ କରିବା ଦିଗରେ ମାନବ ସମ୍ବଳ ଅଧିକାରୀମାନଙ୍କୁ ଧ୍ୟାନ ଦେବାକୁ ପଡ଼ିବ। କେବଳ ଶିଳ୍ପ ନୁହେଁ ସେବା ଓ କୃଷି କ୍ଷେତ୍ରରେ କିଭଳି ସେମାନେ ନିୟୋଜିତ ହୋଇପାରିବେ ସେଥିପାଇଁ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ବେଦାନ୍ତ ଲିମିଟେଡ୍ର ସଭାପତି (ଓଡ଼ିଶା ଓ ଛତିଶଗଡ଼) ଡ. ତପନ କୁମାର ଚାନ୍ଦ କହିଛନ୍ତି।
ଆସୋଚାମ୍ ପକ୍ଷରୁ ଆୟୋଜନ କରାଯାଇଥିବା ଏଚ୍ଆର୍ ଲିଡରସିପ୍ କନ୍କ୍ଲେଭ୍ ଆଣ୍ଡ୍ ଆୱାର୍ଡସ୍ ୨୦୨୩କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ମାନବ ସମ୍ବଳ ଅଧିକାରୀମାନଙ୍କୁ ଦୂରଦ୍ରଷ୍ଟା ହେବାକୁ ପଡ଼ିବ। ଏବେ ଯେଉଁ ଚାକିରି ରହିଛି ସେଥିରୁ ଅଧିକାଂଶ ଅଦରକାରୀ ହୋଇଯିବ। ନୂଆ ଚାକିରି ସୃଷ୍ଟି ହେବ ଯେଉଁଥିପାଇଁ ନୂତନ ଦକ୍ଷତା ଦରକାର। ନୂଆ ଆହ୍ବାନର ମୁକାବିଲା ଲାଗି କର୍ମଚାରୀମାନଙ୍କୁ ଆଗୁଆ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଶିଳ୍ପ ଓ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବାରୁ ଆଜିର କନ୍କ୍ଲେଭ୍ରେ ଡ. ଚାନ୍ଦଙ୍କୁ ଆଜି ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇଁ ଡ. ଚାନ୍ଦଙ୍କୁ ଆସୋଚାମ୍ର ବରିଷ୍ଠ ନିର୍ଦେଶକ ପରମିନ୍ଦର କୌର ଅଭିନନ୍ଦନ ଜଣାଇଛନ୍ତି।

ଆସୋଚାମର ପ୍ରମୁଖ ସଦସ୍ୟ ତଥା ଏମ୍ଜିଏମ୍ ମିନେରାଲ୍ସ୍ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କନ୍କ୍ଲେଭ୍କୁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ଼. ଓମ୍କାର ରାଏ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର୍ ମହାଦେଓ ଜୈଶୱାଲ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ଼୍ର ଗ୍ରୁପ୍ ହେଡ଼୍-ସିଏସ୍ଆର୍ ଏଜୁକେସନ୍ ସଷ୍ଟେନେବିଲିଟି ପ୍ରଶାନ୍ତ ହୋତା ସମ୍ବୋଧିତ କରିଥିଲେ। ମାନବ ସମ୍ବଳ କ୍ଷେତ୍ରରେ ବିଶେଷ ଯୋଗଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଆସୋଚାମ ଓଡ଼ିଶା ଶାଖାର ନୋଡାଲ୍ ଅଫିସର୍ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!