ବିଷାକ୍ତ ମଦ ନେଲା ୩ ଜୀବନ ! ତଦନ୍ତ କରୁଛି ପୋଲିସ

ବିହାରର ସୀୱାନ୍ ଜିଲ୍ଲା ଅନ୍ତର୍ଗତ ଲାକାରି ନବୀଗଞ୍ଜ ଅଞ୍ଚଳର ବାଲା ଗାଁରେ ବିଷାକ୍ତ ମଦ ପିଇବାରୁ ପ୍ରାୟ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଗଣମାଧ୍ୟମକୁ ଜିଲ୍ଲା ମାଜିଷ୍ଟ୍ରେଟ୍ ପାଣ୍ଡେ କହିଛନ୍ତି ଯେ, ସନ୍ଦିଗ୍ଧ ଅବସ୍ଥାରେ ପ୍ରାୟ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୬ଜଣ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଛନ୍ତି।

ସେମାନଙ୍କୁ ସୀୱାନ୍ ସଦର ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ଆମେ ଘଟଣାର ତଦନ୍ତ କରୁଛୁ।

ଘଟଣା ସଂକ୍ରାନ୍ତରେ ଅବଗତ କରାଯିବା ପରେ, ଜିଲ୍ଲା ମାଜିଷ୍ଟ୍ରେଟ୍ ଅମିତ କୁମାର ପାଣ୍ଡେ ଗତ ମଧ୍ୟରାତ୍ରରେ ସୀୱାନ୍ସ୍ଥିତ ସଦର ହସ୍ପିଟାଲ୍ରେ ପହଞ୍ଚି ଘଟଣା ସଂକ୍ରାନ୍ତରେ ଅନୁସନ୍ଧାନ କରିଥିଲେ।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!