ଟନେଲରୁ ଶ୍ରମିକଙ୍କୁ ମିଳିବ ମୁକ୍ତି

ଆଜି ଟନେଲରୁ ଉଦ୍ଧାର ହେବେ ଶ୍ରମିକ । ଶ୍ରମିକଙ୍କ ପାଖାପାଖି ପହଞ୍ଚିଲେ ରାଟ୍ ମାଇନର୍ସ। ପ୍ରସ୍ତୁତ ରହିବାକୁ ପରିବାର ଲୋକଙ୍କୁ କୁହାଯାଇଛି। ୨୪ଜଣିଆ ରାଟ୍ ହୋଲ୍ ମାଇନର୍ସ ବିଶେଷଜ୍ଞ ଦଳ ଖନନ କରୁଛନ୍ତି। ଟନେଲରେ ୫୫ ମିଟର ପର୍ଯ୍ୟନ୍ତ ପାଇପ୍ ଯାଇ ସାରିଛି। ଶ୍ରମିକଙ୍କଠାରୁ ରାଟ୍ ମାଇନର୍ସଙ୍କୁ ଆଉ ମାତ୍ର ୨ ମିଟର ଦୂର ରହିଛନ୍ତି। ଖନନ ପରେ ୮ଶହ ମିଲିମିଟର ବ୍ୟାସର ଏକ ପାଇପରେ ଶ୍ରମିକଙ୍କୁ ଉଦ୍ଧାର କରାଯିବ। ଆମ୍ବୁଲାନ୍ସ ଓ ହସପିଟାଲକୁ ଆଲର୍ଟରେ ରଖାଯାଇଛି। ଶ୍ରମିକଙ୍କୁ ଉଦ୍ଧାର କରିବା ପରେ ହସପିଟାଲ ନିଆଯିବ। ଅପରାହ୍ନ ୫ଟା ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ମାଇକ୍ରୋ ଟନଲିଂ ବିଶେଷଜ୍ଞ କ୍ରିସ କୁପର କହିଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!