ପୁଣି ଥରେ ଲଞ୍ଚ ହେବ ଚନ୍ଦ୍ରାୟନ -୩, ଏନେଇ ସୂଚନା ଦେଲେ ଇସ୍ରୋ ମୁଖ୍ୟ । ଆସନ୍ତା ଜୁଲାଇରେ ଚନ୍ଦ୍ରାୟନ -୩ ଲଞ୍ଚ କରିବ ଇସ୍ରୋ । ଚନ୍ଦ୍ରାୟନ-୨ ମିଶନରୁ ମିଳିଥିବା ଶିକ୍ଷା ଓ ବିଶ୍ବସ୍ତରୀୟ ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାର କରି ଚନ୍ଦ୍ରାୟନ-୩ର ପରୀକ୍ଷଣ କରାଯାଇଛି ।ଜୁଲାଇରେ ଚନ୍ଦ୍ର ଅଭିମୁଖେ ଭାରତ ଯିବ ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି । LVM3 ରକେଟ ଯୋଗେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ବୋଲି ସୂଚନା ମିଳିଛି ।ଚନ୍ଦ୍ରାୟନ-୨ ମିଶନ ବେଳେ ଲ୍ୟାଣ୍ଡର ବିକ୍ରମ ଲୁନାର ସରଫେସରେ କ୍ରାସ୍ ହୋଇଯାଇଥିଲା । ମାତ୍ର ଚନ୍ଦ୍ରାୟନ-୨ରେ ଚନ୍ଦ୍ରା ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । 

