୮୮ ବର୍ଷରେ ବଦଳିଲା ଭାଗ୍ୟ,୩୫୦ ବର୍ଷ ଧରି କିଣୁଥିଲେ ଲଟେରୀ ଟିକେଟ୍

ଭାଗ୍ୟ କେତେବେଳେ ବଦଳିଯିବ , କିଏ କହିବ। କେତେବେଳେ କାହା ଜୀବନରେ ଧନ ବର୍ଷା ହେବ ସେକଥା ମଧ୍ୟ କାହାକୁ ଜଣା ନାହିଁ। ସେଥିପାଇଁ କୁହାଯାଏ, ଉପରବାଲା ଯେତେବେଳେ ଦିଏ ଛପର ଫାଡି ଦିଏ। ଏମିତି ଘଟିଛି ଜଣେ ବୃଦ୍ଧଙ୍କ କ୍ଷେତ୍ରରେ। ୮୮ ବର୍ଷରେ ହୋଇଛନ୍ତି କୋଟିପତି। ଜିତିଛନ୍ତି ୫ କୋଟିର ଲଟେରୀ। ରାତାରାତି କୋଟିପତି ପଞ୍ଜାବ ଡେରାବାସିର ମହନ୍ତ ଦ୍ୱାରକା ଦାସ।
୩୫ ବର୍ଷରୁ ଅଧିକ ସମୟ ଧରି ସେ କିଣୁଥିଲେ ଲଟେରୀ ଟିକେଟ୍‌। କିନ୍ତୁ କେବେ ଜିତିନଥିଲେ। ବାରମ୍ବାର ନିରାଶ ହେଉଥିଲେ କିନ୍ତୁ ଆଶା ଛାଡିନଥିଲେ। ମନରେ ଆଶା ଥିଲା ସେ ଦିନେ ଲଟେରୀ ଜିତିବେ। ଆଜି ସେ ଆଶା ପୂରଣ ହୋଇଛି। ବଦଳିଛି ମହନ୍ତଙ୍କ ଭାଗ୍ୟ। ୮୮ ବର୍ଷ ବୟସରେ ଖୋଲିଛି ଧନ ଭଣ୍ଡାର। ସେ ଜିତିଛନ୍ତି ଲଟେରୀ। ପୁଣି ଛୋଟିଆ ଅଙ୍କର ନୁହେଁ ମଃ…୫ କୋଟି ଟଙ୍କାର। ଲୋହରି ମକର ସଂକ୍ରାନ୍ତି ବମ୍ପର ଲଟେରୀ ୨୦୨୩ରେ ମହନ୍ତ ଏହି ଲଟେରୀ ଜିତିଛନ୍ତି।
ଲଟେରୀ ଜିତିବା ପରେ ମହନ୍ତ କହିଛନ୍ତି, ସେ ବହୁତ ଖୁସି । ପୁରସ୍କାର ରାଶି ତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟିବାକୁ ଚାହୁଁଛନ୍ତି ସେ। ଦୀର୍ଘ ବର୍ଷ ହେବ ସେ ଲଟେରୀ କିଣି ଆସୁଥିଲେ। କିନ୍ତୁ କେବେ ଜିତି ନଥିଲେ। ଶେଷରେ ଭଗବାନଙ୍କ ଆଶିର୍ବାଦରୁ ଲଟେରୀ ଜିତିବାର ସୌଭାଗ୍ୟ ମିଳିଛି। ସେଥିନେଇ ମହନ୍ତ ଖୁସି। ଭଗବାନଙ୍କ ଦୟା ବୋଲି କୁହନ୍ତି ସେ।
ମହନ୍ତଙ୍କ ପୁଅ କହିଛନ୍ତି, ଲଟେରୀ ଟିକେଟ କିଣିବା ପାଇଁ ତାଙ୍କ ବାପା ନାତିଙ୍କୁ ଟଙ୍କା ଦେଇଥିଲେ। ଆଗରୁ ମଧ୍ୟ ସେ ଏମିତି ଲଟେରୀ ଟିକେଟ୍‌ କିଣୁଥିଲେ। କିନ୍ତୁ କେବେ ଜିତିନଥିଲେ। ନିରାଶ ହେଉଥିଲେ ସତ କିନ୍ତୁ ଆଶା ଛାଡିନଥିଲେ। ଲଟେରୀ ଟିକେଟ୍ କିଣିବା ଜାରି ରଖିଥିଲେ। ଆଜି ସେ କୋଟିପତି।
ତେବେ ମହନ୍ତ ସମ୍ପୂର୍ଣ୍ଣ ଲଟେରୀ ରାଶି ପାଇବେ ନାହିଁ । ଲଟେରୀର ୫ କୋଟି ଟଙ୍କାରୁ ୩୦% ଟିକସ ରିହାତି ପରେ ବଳକା ଟଙ୍କା ପାଇବେ ସେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!