୩ ଦିନିଆ ମାରୁତି ସୁଜୁକିର ଗ୍ରାଣ୍ଡ ଓ୍ବିକେଣ୍ଡ ଗେଟ୍‌ ୱେ

ଦେଶର ପ୍ରମୁ୍‌ଖ ଅଟୋମୋବାଇଲ୍‌ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌) ପକ୍ଷରୁ ଏକ ୩ ଦିନିଆ ଗ୍ରାଣ୍ଡ ୱିକେଣ୍ଡ ଗେଟ୍‌ ୱେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ବିଶେଷ କରି ଓଡ଼ିଶା ବଜାରରେ ନେକ୍ସା ଗ୍ରାଣ୍ଡ ଭିଟାରା ଏସ୍‌ୟୁଭି କାର କିଣିଥିବା ଗ୍ରାହକଙ୍କ ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ପ୍ରମୁଖ ଗ୍ରାହକଙ୍କ ପରିବାରଙ୍କୁ ନେଇ ଦାରିଙ୍ଗବାଡି ଇକୋ ରିଟ୍ରିଟ୍‌ଠାରେ ନେକ୍ସାର ଗାଡ଼ି ଚାଳନା କରାଯାଇଥିଲା। ଅପରପକ୍ଷରେ ରବିବାର ସ୍ଥାନୀୟ ଗୋପାଳପୁରସ୍ଥିତ ଏକ ହୋଟେଲଠାରେ ଗ୍ରାଣ୍ଡ ୱିକେଣ୍ଡ ଗେଟ୍‌ ୱେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମାରୁତି ସୁଜୁକି ନେକ୍ସାର ରିଜିଓନାଲ ମ୍ୟାନେଜର କାର୍ତ୍ତିକ ରାଜା ଓ ସ୍କାଏ ଅଟୋମୋବାଇଲ୍‌ସ ଡିଲର ମାଲିକ ଅଭିନାଶ ସିଂଘାନିଆ ପ୍ରମୁଖ ଯୋଗଦେଇଥିଲେ।

ଏ ସମ୍ପର୍କରେ ମାରୁତି ସୁଜୁକି ନେକ୍ସାର ରିଜିଓନାଲ ମ୍ୟାନେଜର କାର୍ତ୍ତିକ ରାଜା କହିଛନ୍ତି, ଗତ ବର୍ଷ ସେପ୍ଟେମ୍ବରରେ ନେକ୍ସା ଗ୍ରାଣ୍ଡ ଭିଟାରା ଏସ୍‌ୟୁଭି କାର ବଜାର ପ୍ରବେଶ କରିଥିଲା। ସେଥିରେ ଥରେ ପେଟ୍ରୋଲ ଭରିବା ପରେ ୧୨୦୦ କି.ମି.ରୁ ଅଧିକ ଯାତ୍ରା କରିପାରିବେ। ଏପରିକି ଏଥିରେ ରହିଥିବା ଅଟୋମେଟିକ୍‌ ଇଭି ମୋଡ୍‌ ଦ୍ୱାରା ପେଟ୍ରୋଲ ଖର୍ଚ୍ଚକୁ ଅନେକ ପରିମାଣରେ ହ୍ରାସ କରାଯାଇପାରିବ, ଯାହାଦ୍ୱାରା ଗାଡ଼ି କିଣିବା ନେଇ ଗ୍ରାହକଙ୍କ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇଛି। ଗାଡ଼ି ଚାଲୁଥିବା ସମୟରେ ହିଁ ଇଭି ଚାର୍ଜ ହୋଇଥାଏ।

ଏହାକୁ ବିଦ୍ୟୁତ୍‌ ମାଧ୍ୟମରେ ଚାର୍ଜ କରିବାର ଆବଶ୍ୟକତା ନାହିଁ ବୋଲି ରାଜା କହିଛନ୍ତି। ସେହିଭଳି ସ୍କାଏ ଅଟୋମୋବାଇଲ୍‌ସ ଡିଲର ମାଲିକ ଅଭିନାଶ ସିଂଘାନିଆ କହିଛନ୍ତି, ଆଜିସୁଦ୍ଧା ରାଜ୍ୟରେ ଏହି କାର କିଣିବାକୁ ୨୩୦୦ ଗ୍ରାହକ ବୁକିଂ କରିଛନ୍ତି। ଏଥିମଧ୍ୟରୁ ୬୫୦ ଜଣଙ୍କୁ କାର ପ୍ରଦାନ କରାଯାଇଛି।

ରାଜ୍ୟରେ ସର୍ବାଧିକ କାର ବିକ୍ରି କ୍ଷେତ୍ରରେ ୧ ନମ୍ବର ହେବା ନେଇ ଲକ୍ଷ୍ୟ ରଖାଯାଇଛି। ସେହିପରି କାରରେ ରହିଥିବା ଅଟୋମେଟିକ୍‌ ଇଭି ସିଷ୍ଟମ ଦ୍ୱାରା ପେଟ୍ରୋଲ ସଞ୍ଚୟ ହୋଇପାରୁଛି। ଏହି କାରରେ ଯାତ୍ରା କରିବା ଏକ ଅଭୂତପୂର୍ବ ଅନୁଭୂତି ବୋଲି ଜଣେ ଗ୍ରାହକ ସସ୍ମିତା ପଟ୍ଟନାୟକ କହିଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!