ଦୁଷ୍କର୍ମକାରୀ ଅଭିଯୁକ୍ତକୁ କୋଦାଳରେ ପିଟି ହତ୍ୟା କଲେ ପୀଡ଼ିତା

ଦୁଷ୍କର୍ମକାରୀ ଅଭିଯୁକ୍ତକୁ କୁଦାଳି ରେ ପିଟି ହତ୍ୟା କଲେ ପିଡିତା। ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ। ମୃତକ ଜଣକ ମଙ୍ଗଲ ମୁର୍ମୁ। ଘଟଣାର ୮ ଦିନ ପରେ ପାଖ ଜଙ୍ଗଲରୁ ମିଳିଲା ମୃତଦେହ।

ପୋଲିସ ତଦନ୍ତ ଜାରୀ। ମକର ସମୟରେ ପଡୋଶୀ ଯୁବକ ଦୁଷ୍କମ୍ କରିବାକୁ ଉଦ୍ୟେମ କରୁଥିବା ବେଳେ ନିକଟରେ ଥିବା କଦାଳି ସାହାଯ୍ୟରେ ହତ୍ୟା କରିଥିଲା। ପରବର୍ତ୍ତୀ ସମୟରେ ଶବକୁ ନେଇ ନିକଟସ୍ଥ ଜଙ୍ଗଲରେ ପିଙ୍ଗି ଦେଇଥିଲା ପୀଡ଼ିତା।

ନିଜକୁ ରକ୍ଷା କରିବାକୁ ଯାଇ ଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା କରିଛନ୍ତି ଜଣେ ମହିଳା। ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ମଙ୍ଗଲ ମୁର୍ମୁ(୨୨)। ଗୁଞ୍ଜୁସାହି ଅଞ୍ଚଳରେ ଏକ ଗଳିତ ମୃତଦେହ ଜଙ୍ଗଲରେ ପଡିଥିବା ବେଳେ ରବିବାର ଦୁର୍ଗନ୍ଧ ହେବାରୁ ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ତେବେ ଶନିବାର ଦିନ ସଦର ଥାନାରେ ୭ଦିନ ପୂର୍ବରୁ ନିହତ ଜଣଙ୍କ ନିଖୋଜ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ଚିହ୍ନଟ ପୂର୍ବକ ପୁଲିସ ତଦନ୍ତ କରି ମୃତଦେହ ପରିଚୟ ପାଇଥିଲା। ୧୫ତାରିଖ ଦିନ ମକରପର୍ବ ମେଳାକୁ ଯାଇ ମଙ୍ଗଲ ଆଉ ଘରକୁ ଫେରିନଥିଲେ।

ମଙ୍ଗଲଙ୍କ ମା’ ମାଉସି ମୁର୍ମୁ ଖୋଜାଖୋଜି କରି ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ପ୍ରାଥମିକ ତଦନ୍ତରୁ ମଙ୍ଗଲ ମୁର୍ମୁ ନିଶାଶକ୍ତ ଅବସ୍ଥାରେ ୧୫ ତାରିଖ ରାତିରେ ସ୍ଥାନୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ମଙ୍ଗଳଙ୍କୁ ଏକ କୋଦାଳ ସାହାଯ୍ୟରେ ପିଟିପିଟି ହତ୍ୟା କରିଥିଲେ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପିଆରଏମ ହସ୍ପିଟାଲକୁ ପଠାଇଛି।

ଏଥି ସହିତ ଉକ୍ତ ଘଟଣାରେ ସଦର ଥାନାରେ ହତ୍ୟା ମାମଲା ରୁଜୁ କରିବା ସହ ମହିଳା କୁନି ମୁର୍ମୁଙ୍କୁ ଗିରଫ କରି ତଦନ୍ତ ଜାରି ଥିବା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ସୂଚନା ଦେଇଛନ୍ତି। ତେବେ ହତ୍ୟା ଘଟଣାର ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ଜଙ୍ଗଲରେ ପିଙ୍ଗିବାରେ ସହଯୋଗ କରିଥିବା ଅଭିଯୁକଙ୍କ ନାମରେ ମଧ୍ୟ ମାମଲା ରୁଜୁ ସାଙ୍ଗକୁ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!