ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ । ୫ ନୂଆ ବିଚାରପତି ହେଲେ ଜଷ୍ଟିସ ପଙ୍କଜ ମିତଲ, ଜଷ୍ଟିସ ସଞ୍ଜୟ କାରୋଲ, ଜଷ୍ଟିସ ପି.ଭି ସଞ୍ଜୟ କୁମାର, ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ ମନୋଜ ମିଶ୍ର ।

ସୁପ୍ରିମକୋର୍ଟ ଅଡିଟୋରିଅମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆ ବିଚାରପତିମାନେ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୧୩ ତାରିଖରେ ବସିଥିବା କଲେଜିୟମ ବୈଠକରେ ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିସ ହୋଇଥିଲା ।

ଗତ ୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଲିକାକୁ ରାଷ୍ଟ୍ରପତି ଭବନକୁ ଅନୁମୋଦନ ପାଇଁ ପଠାଇଥିଲା । କେନ୍ଦ୍ରର ଅନୁମୋଦନ ପରେ ଆଜି ନୂଆ ବିଚାରପତିମାନେ ଶପଥ ନେଇଛନ୍ତି ।

ପ୍ରଧାନ ବିଚାରପତି ଡି ଓ୍ୱାଇ ଚନ୍ଦ୍ରଚୁଡ଼ ନୂଆ ବିଚାରପତିମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!