କେନ୍ଦୁଝରବାସୀଙ୍କୁ ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଗସ୍ତରେ ଯାଇ ଜିଲାବାସୀଙ୍କୁ ୪ ହଜାର ୭୦୩ କୋଟି ୨୪ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧରଣୀଧର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି।

କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ହେଲିପ୍ୟାଡ୍ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ସଭାସ୍ଥଳକୁ ଯାଇଥିଲେ।

୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ମେଡିକାଲ କଲେଜର ଶୁଭ ଉଦ୍ଘାଟନ କରିଛନ୍ତି। ଏଥିରେ ପ୍ରଥମ ବର୍ଷରେ ୧୦୦ଟି ଏମ୍ବିବିଏସ୍ ସିଟ୍ରେ ନାମଲେଖା ହୋଇଛି।

ମେଡିକାଲ କଲେଜ ଉଦ୍ଘାଟନ ପରେ ୪ ହଜାର ୭୦୩ କୋଟି ୨୪ଲକ୍ଷ ଟଙ୍କାର ୨୫୯ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୪ହଜାର ୩୭୨ଟି ଏସ୍ଏଚ୍ଜିକୁ ବିନା ସୁଧରେ ୩୭୮କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!