ମହିଳା ପ୍ରିମିୟର ଲିଗ୍ ପାଇଁ ଖେଳାଳି ନିଲାମ

ମହିଳା ପ୍ରିମିୟର ଲିଗ୍ ପାଇଁ ମୋଟ ୪୪୯ ଜଣ ଖେଳାଳିଙ୍କର ନିଲାମ ହେବ । ଯେଉଁଥିରୁ ୨୦୦ ଜଣ ଖେଳାଳି ଭାରତୀୟ ଅଟନ୍ତି । ତେବେ ଭାରତ ସହିତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଦେଶର ବିଦେଶୀ ଖେଳାଳି ମଧ୍ୟ ଏହି ନିଲାମ ପ୍ରକ୍ରିୟାରେ ସାମିଲ ଅଛନ୍ତି ।

୫ଟି ଟିମରେ ମୋଟ ୯୦ ଜଣ ଖେଳାଳି ସାମିଲ ହେବେ । ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଦୁଇଟି ଭିନ୍ନ ଭିନ୍ନ ଦଳରେ ସାମିଲ ହୋଇଛନ୍ତି । ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ହରମନପ୍ରୀତ ସିଂହଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବାବେଳେ, ଓପନର ସ୍ମୃତି ମାନ୍ଧାନା ବାଙ୍ଗାଲୋର ଦଳ ପକ୍ଷରୁ ମହିଳା ପ୍ରିମିୟର ଲିଗ୍ ଖେଳିବେ ।

ହରମନପ୍ରୀତ ସିଂଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୮୦ କୋଟି ଟଙ୍କାରେ କିଣିଛି । ସେହିପରି ସ୍ମୃତି ମାନ୍ଧାନାଙ୍କୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୩.୪୦ କୋଟି ଟଙ୍କାରେ କିଣିଛି । ଦୁଇ ଜଣ ଯାକ ଖେଳାଳିଙ୍କର ବେସ୍ ପ୍ରାଇସ୍ ୫୦ ଲକ୍ଷ ଥିଲା । ଦୁଇ ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ୍ ମାନେ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଶେଷରେ ଏହି ଦୁଇ ଟିମ୍ ବାଜି ମାରିନେଇଛନ୍ତି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!