୮ଟି ବିଭାଗର ୧୧ଟି ପ୍ରସ୍ତାବରେ ବାଜିଛି ମୋହର

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବରେ ବାଜିଛି ମୋହର ।

କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶିଳ୍ପ, ଗୃହ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ରାଜସ୍ବ ଆଦି ବିଭାଗର ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ ଟି ପ୍ରସ୍ତାବରେ ମୋହର ବାଜିଛି। କ୍ୟାବିନେଟ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ନିର୍ମାଣ ହେବ ବିଶ୍ବ ଦକ୍ଷତା କେନ୍ଦ୍ର
ସମ୍ବଲପୁରରେ କୃଷି କ୍ଷେତ୍ରରେ ଦକ୍ଷ ହେବ
ସିଙ୍ଗାପୁର ଏଜେନ୍ସି ସାଜିବ ନଲେଜ ପାର୍ଟନର, ୬୦ ହଜାର ଯୁବକ ଉପକୃତ ହେବେ
ଦିବ୍ୟାଙ୍ଗ, ମହିଳା, ଏସସି ଏସଟିଙ୍କୁ ପ୍ରାଧାନ୍ୟ ଦିଆଯିବ
୫ଟି ସରକାରୀ ଆଇଟିଆଇକୁ ଉତ୍କର୍ଷ ଆଇଆଇଟି ଭାବେ ଉନ୍ନିତ କରାଯିବ
ଗୋପାଳପୁରରେ ହେବ ଟାଟା ସୋଲାର ସେଲ୍, ଖର୍ଚ୍ଚ ହେବ ୧୦ ହଜାର କୋଟି
୫ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ହେବେ
ଓଡିଶା ପର୍ଯ୍ୟଟନ ନୀତିରେ ପରିବର୍ତ୍ତନ, ମହିଳାଙ୍କ ପାଇଁ ୪୦ ପ୍ରତିଶତ ସବସିଡି ପ୍ରଦାନ କରାଯିବ
୫୦ ରୁମ୍‌ ବିଶିଷ୍ଟ ହୋଟେଲ ପରିବର୍ତ୍ତେ ୧୦ଟି ରୁମ ଥିବା ହୋଟେଲକୁ ଦିଆଯିବ ଇଆଇଏସ୍
ଓଡିଶାର ଖାଦ୍ୟକୁ ବାହାରେ ପ୍ରମୋଟ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ
ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମରେ ସଂଶୋଧନ, ନାବାଳକଙ୍କ ନାଁରେ ଜାରି ହେବନି ସ୍ବତନ୍ତ୍ର ରାସନ କାର୍ଡ
ନିଷ୍କ୍ରିୟ ଓ ଅଯୋଗ୍ୟ ରାସନ କାର୍ଡ ହେବ ରଦ୍ଦ
ମୃତ ରାସନକାର୍ଡଧାରୀଙ୍କ ବାବଦରେ ତଥ୍ୟ ଦେବା ପରିବାର ପାଇଁ ବାଧ୍ୟତାମୂଳକ
ମୃତ ରାସନକାର୍ଡଧାରୀଙ୍କ ନାଁରେ ରାସନ ଉଠାଇଲେ ଗଣିବେ ଦେଢ ଗୁଣା ଜରିମାନା

Post Views3 Total Count

Apply Now


This will close in 0 seconds

error: Content is protected !!