ସବୁଠୁ ବୟସ୍କ ପ୍ରଫେସର, ୯୩ ବର୍ଷ ବୟସରେ ବି ପଢାଉଛନ୍ତି

ଚାକିରିର ଗୋଟେ ଅବସର ବୟସ ଥାଏ। ରିଟାଏରମେଣ୍ଟ ପରେ ଲୋକେ ଆରାମ କରନ୍ତି। ବୁଲାବୁଲି କରିବାକୁ ପସନ୍ଦ କରନ୍ତି। କିନ୍ତୁ ୯୩ ବର୍ଷରେ ବି ନିଜ ପେସାଠୁ ଦୂରେଇ ପାରିନାହାନ୍ତି ମହିଳା। ଏବେବି ଶିକ୍ଷାଦାନ କରୁଛନ୍ତି ଅବସରପ୍ରାପ୍ତ ପ୍ରଫେସର। ଏଥିପାଇଁ ସେ ପ୍ରତ୍ୟେକ ଦିନ ୬୦ କିଲୋମିଟର ବାଟ ଯାତ୍ରା କରି ଥାଆନ୍ତି। ପ୍ରଫେସର ସନ୍ଥମ୍ମାଙ୍କ ଏଭଳି ଚିନ୍ତାଧାରା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଉ ଏହାଦ୍ବାରା ସେ ପ୍ରମାଣ କରିଛନ୍ତି ବୟସ ଏକ ସଂଖ୍ୟା ମାତ୍ର।
ଆନ୍ଧ୍ରପ୍ରଦେଶର ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଷୟରେ ପିଲାଙ୍କୁ ଶିକ୍ଷା ଦେଉଛନ୍ତି ସେ। ତେବେ ସନ୍ଥମ୍ମା ହେଉଛନ୍ତି ବିଶ୍ବର ସବୁଠାରୁ ବୟସ୍କ ପ୍ରଫେସର। ଯିଏକି ୯୩ବର୍ଷ ବୟସରେ ବି ପିଲାଙ୍କୁ ପାଠପଢ଼ାଉଛନ୍ତି। ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ବି.ଏସସି ଅନର୍ସ ଏବଂ ମାଇକ୍ରୋୱେଭ୍ ସ୍ପେକ୍ଟ୍ରୋସ୍କୋପିରେ ପିଏଚଡି କରିଛନ୍ତି ସେ। ସନ୍ଥମ୍ମା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଅଧ୍ୟାପିକା, ପ୍ରଫେସର, ପାଠକ ଏବଂ ଏପରିକି ଅନୁସନ୍ଧାନକାରୀ ରହିଛନ୍ତି।
ପରମାଣୁ ସ୍ପେକ୍ଟ୍ରୋସ୍କୋପି ଏବଂ ଆଣବିକ ସ୍ପେକ୍ଟ୍ରୋସ୍କୋପି ବିଶ୍ଳେଷଣ ପାଇଁ ପ୍ରଫେସର ସନ୍ଥମା ଅନେକ ସମ୍ମାନ ଏବଂ ପୁରସ୍କାର ମଧ୍ୟ ପାଇଛନ୍ତି। ୨୦୧୬ରେ ସେ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ଏତଦ ବ୍ୟତୀତ ସନ୍ଥମ୍ମା ଜଣେ ଲେଖକ । ସେ ପୁରାଣ, ବେଦ ଏବଂ ଉପନିଷଦକୁ ନେଇ ଏକ ପୁସ୍ତକ ଲେଖିଛନ୍ତି । ଯାହାର ଶୀର୍ଷକ ରହିଛି ‘ଭଗବଦ୍ ଗୀତା – ଦ ଡିଭାଇନ ଡାଇରେକ୍ଟିଭ’।
ଆନ୍ଧ୍ରପ୍ରଦେଶର ମଚିଲିପଟନମ୍‌ରେ ୧୯୨୯ ମସିହା ମାର୍ଚ୍ଚ ୮ରେ ଜନ୍ମ ହୋଇଛନ୍ତି ସନ୍ଥମ୍ମା। ମାତ୍ର ୫ ମାସର ହୋଇଥିଲେ ବାପାଙ୍କୁ ହରାଇଲେ। ମାମୁଁ ତାଙ୍କୁ ପିଲାଦିନୁ ପାଳି ପୋଷି ବଡ କରିଛନ୍ତି। ପିଲାଦିନୁ ସେ ଜଣେ ମେଧାବୀ ଛାତ୍ରୀ। ୧୯୮୯ ରେ ୬୦ ବର୍ଷ ବୟସରେ ସନ୍ଥମ୍ମାଙ୍କର ପଢାଇବାର କାରଣ ହେଉଛି, ଶିକ୍ଷାଦାନ ପ୍ରତି ତାଙ୍କର ଦୁର୍ବଳତା। ଯେଉଁଥିପାଇଁ ସେ ଭାଇଜାଗ୍‌ରୁ ଭିଜିଆନଗରମ ପର୍ଯ୍ୟନ୍ତ ଯାତ୍ରା କରନ୍ତି। କେବଳ ଶିକ୍ଷାଦାନ ପାଇଁ ସେ ପରିଣତ ବୟସରେ ଏତେ ଦୂର ଅତିକ୍ରମ କରିଆସନ୍ତି। ଏବଂ ମଲା ପର୍ଯ୍ୟନ୍ତ ମଧ୍ୟ ସନ୍ଥମା ପଢା ସହ ଏମିତି ଜଡିତ ହୋଇ ରହିବାକୁ ଚାହାନ୍ତି।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!