ରାଜନୈତିକ ବ୍ୟକ୍ତିତ୍ୱ ତଥା ସମାଜ ସେବୀଙ୍କୁ ବାହା ହେଲେ ସ୍ୱରା ଭାସ୍କର

ବାହା ହେଲେ ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର। ନିଜ ବିବାହ ସମ୍ପର୍କରେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ରାଜନୈତିକ ବ୍ୟକ୍ତିତ୍ୱ ତଥା ସମାଜ ସେବୀ ଫହାଦ ଅହମଦଙ୍କୁ ବିଭାହ କରିଛନ୍ତି ସ୍ୱାରା। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଟ୍ୱିଟରେ ସ୍ୱାର ମୋଣ୍ଟାଜ ସହ ଏକ ଭିଡିଓ ପୋଷ୍ଟ କରି ତାଙ୍କ ଲଭ୍ ଲାଇଫ୍ ବିଷୟରେ ଶେୟାର କରିଛନ୍ତି। ୨୦୨୩ ଜାନୁଆରୀ ୬ ତାରିଖ ଉଭୟ କୋର୍ଟରେ ବିବାହ କରିଛନ୍ତି। ସ୍ୱତନ୍ତ୍ର ମ୍ୟାରେଜ୍ ଆକ୍ଟ ଉଭୟ ବିବାହ ପଞ୍ଜୀକୃତ ହୋଇଛି।
ସ୍ୱରା ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି ” ବେଳେ ବେଳେ ଆପଣ କାହାକୁ ଅନେକ ଖୋଜୁଥିବେ ହେଲେ ସିଏ ଆପଣଙ୍କ ଠିକ୍ ସାମ୍ନାରେ ଥିବ। ଆମେ ପରସ୍ପର ଭିତରେ ପ୍ରେମ ଖୋଜୁଥିଲୁ। ହେଲେ ପ୍ରଥମେ ବନ୍ଧୁତ୍ୱ ହେଲା। ତା ପରେ ଆମେ ପରସ୍ପର ସହ ନିକଟତର ହୋଇଥିଲୁ। ମୋ ହୃଦୟକୁ ସ୍ୱାଗତ ଫହାଦ ଜିରାର ଅହମଦ। ମାନୁଛି ଚିକେ ଅସୁବିଧା ହୋଇପାରେ, ହେଲେ ଏ ହୃଦୟ ତୁମର।” ସ୍ୱରାଙ୍କ ଟ୍ୱିଟ୍କୁ ଶେୟାର୍ ଫହାଦ ମଧ୍ୟ ନିଜ ବାହାଘର ସମ୍ପର୍କରେ ସୂଚନା ଦେଇଛନ୍ତି। ମୋ ହାତ ଧରିଥିବାରୁ ଧନ୍ୟବାଦ ବୋଲି ଟ୍ୱିଟ୍ କରିଛନ୍ତି ଫହାଦ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!